Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପ୍ରେମ ପାଇଁ ପାଗଳ, ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଲା ଯୁବକ

2/01/2021 at 2:02 PM

ଅନୁଗୁଳ ୦୨।୦୧ : ପ୍ରେମ ବ୍ୟାପରକୁ ନେଇ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ପାଲଲହଡ଼ା ଥାନା ସମ୍ମୁଖରେ ଜଣେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଗୁରୁତର ଅବସ୍ଥାରେ ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଥିବା ଯୁବକ ଜଣଙ୍କ ସ୍ଥାନୀୟ ଇଶ୍ୱରନଗର ଗାଁର ବିଶ୍ୱନାଥ ନାଏକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,ବିଶ୍ୱନାଥଙ୍କର ସେହି ଗାଁର ଜଣେ ଝିଅଙ୍କ ସହ ଦୀର୍ଘ ଦିନରୁ ପ୍ରେମ ସଂପର୍କ ଥିଲା । ତେବେ କୌଣସି କାରଣରୁ ଉକ୍ତ ଝିଅର ବାହାଘର ଅନ୍ୟ ଜାଗାରେ ଠିକ୍‌ ହୋଇଯାଇଥିଲା । କିଛି ଦିନ ପରେ ବିହାହ ହେବାର ମଧ୍ୟ ଯୋଜନା ଥିଲା । କିନ୍ତୁ ନିଜ ପ୍ରେମିକାର ବିବାହ ଖବର ଶୁଣି ଯୁବକ ଜଣଙ୍କ ହତୋତ୍ସାହିତ ହୋଇପଡିଥିଲେ । ଶେଷରେ କୌଣସି ଉପାୟ ନପାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପାଲଲହଡ଼ା ଥାନା ସମ୍ମୁଖରେ ଯୁବକ ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସାଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।   

   Related Posts