Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରି ଦେଲେ ପିତା, ବୁଝିଲାନି ବାପାର ମନ, ଶେଷରେ ରଶି ଲଗାଇ କଲେ ଆତ୍ମହତ୍ୟା

8/01/2021 at 10:18 AM

ମାଲକାନଗିରି୮/୧: ୪ ମାସର ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରିବା ପରେ ଦୁଃଖରେ ଭାଙ୍ଗି ପଡିଥିବା ବାପା ବେକ​‌ରେ ରଶି ଲଗାଇ କଲେ ଆତ୍ମହତ୍ୟା। ୭ ପ୍ରାଣୀ କୁଟୁମ୍ବ, ସେମାନଙ୍କ ପେଟକୁ ଦାନ ଗଣ୍ଡେ ଯୋଗାଡ କରିବକୁ ତାଙ୍କର ସାମର୍ଥ୍ୟ ନଥିଲା। ସେଥିରେ ପୁଣି ପାଞ୍ଚ ପାଞ୍ଚଟି ଛୁଆ। ତା ସାଙ୍ଗକୁ ମୁଣ୍ଡ ଗୁଞ୍ଜିବାକୁ ଚାଳ ଛପର ଖଣ୍ଡେ ବି ନାହିଁ। ତେଣୁ ବାଧ୍ୟ ୪ ମାସର ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରି ଦେଲେ ମାଆ-ବାପା। ଆଉ ଛୁଆକୁ ବିକ୍ରି କରିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ବାପା। ଶେଷରେ ଜୀବନ ହାରି ଦେଲେ ବାପା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ ସମନାଥ ଖିଲଙ୍କ ଘର। କୁଲି ମଜୁରୀ କରି ସ୍ତ୍ରୀ କୁନି ଖିଲ ଏବଂ ୫ଟି ସାନ୍ତାନ ନେଇ ଖୁସିର ସଂସାର ଚାଲିଥିଲା। ହଠାତ୍ ମାଡି ଆସିଲା ଦୁଃଖର କଳା ବାଦଲା। ଅଭାବ ଅନଟନ ଭିତରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା।

ପିଲାମାନଙ୍କ ପେଟକୁ ଦାନ ଗଣ୍ଡେ ଦେବାକୁ ତାଙ୍କ ପକ୍ଷେ କଷ୍ଟକର। ତେଣୁ ବାଧ୍ୟ ହୋଇ ୪ ମାସର ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକି ଦେଇଥିଲେ ସମନାଥ ଖିଲ। ନିଜ ଜନ୍ମିତ ପିଲାକୁ ବିକ୍ରି କରିବା ପରେ ଦୁଃଖରେ ମ୍ରିୟମାଣ ବାପା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ସ୍ବାମୀ ଚାଲିଯିବା ପରେ ୪ ପିଲାଙ୍କୁ ଧରି ବେସାହାର ହୋଇପଡିଛନ୍ତି ପତ୍ନୀ କୁନି ଖିଲ।    

   Related Posts