Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପାରିବାରିକ କଳହର କରୁଣ ପରିଣତି, ମହୁଲ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

5/05/2021 at 10:26 AM

କନ୍ଧମାଳ ୦୫।୦୫: ପାରିବାରିକ କଳହର କରୁଣ ପରିଣତି । ମହୁଲ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛି l ମୃତକ ଜଣକ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡ଼lର ସଞ୍ଜୟ ବିଶିମାଝୀ l  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଘରେ କିଛି ଦିନ ହେଲା ପାରିବାରିକ ବିବାଦ ନେଇ କଳହ ଲାଗିରହିଥିଲା । ଯାହାଫଳରେ ମଙ୍ଗଳବାର ଦିନ କଳହ ଲାଗି ଯୁବକ ଜଣଙ୍କ ନିଜର ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡେ ପଳାଇଥିଲେ । ବହୁ ଖୋଜା ଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ଦିନ ସକାଳ ସମୟରେ ଗାଁ ଲୋକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଏକ ମହୁଲ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପୁଲବାଣୀ ଟାଉନ୍‌ ଥାନା ପୋଲିସକୁ ଖବର ଦେଇଥିଲେ ।

ଏହାପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏହାସହ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ସଦର ମହକୁମା ଡାକ୍ତରଖାନାକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଘଟଣାସଂପର୍କରେ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ପୋଲିସ ଆଶା ରଖିଛି ।  

   Related Posts