ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଲାଗି ଉଜୁଡିଗଲା ସଂସାର, କିରୋସିନୀ ଢାଳି ମହିଳାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | January 09, 2021 IST

ବିନିକା ୦୯।୦୧ : ନିଆଁରେ ପୋଡି ହୋଇ ମହିଳା ମୃତ । ନିଜ ଦେହରେ କିରୋସିନୀ ଢାଳି ମହିଳାଙ୍କ ଆତ୍ମହତ୍ୟା । ମୃତ ମହିଳା ଜଣଙ୍କ ହେଲେ ବେହେରାମାଳ ଗାଁର ଭାନୁମତୀ ଭୋଇ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡା ପରେ ସ୍ୱାମୀ ଘରୁ ବାହାରକୁ ଚାଲିଆସିଥିଲେ । ଏହାପରେ ଭାନୁମତୀ ନିଜ ଦେହରେ କିରୋସିନୀ ଢାଳି ଦିଆସିଲି ମାରିଦେଇଥିଲେ । ତେବେ ସେଠାରେୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ , ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରକୁ ସ୍ଥାନାନ୍ତରିତ କରାଯାଇଛି । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଭାନୁମତିଙ୍କ ପାଞ୍ଚବର୍ଷର ଗୋଟିଏ ପୁଅ ଏବଂ ୬ମାସ ଝିଅ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.