ବଞ୍ଚିବା ଏକାଠି, ମରିବା ବି ଏକାଠି : ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ

Published By : Prameya-News7 Bureau | May 24, 2022 IST

ସାନଖେମୁଣ୍ଡି ୨୪।୦୫ : ବଞ୍ଚିବା ଏକାଠି, ମରିବା ବି ଏକାଠି । ଏମିତି କିଛି କହି ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ। ପ୍ରେମିକର ଆତ୍ମହତ୍ୟା ପରେ ପ୍ରେମିକାର ଆତ୍ମହତ୍ୟା। ଗଞ୍ଜାମ ଜରଡ଼ା ଥାନା ସାମନ୍ତରାୟପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ପ୍ରେମିକ ବେକରେ ରଶି ଲଗା ଆତ୍ମହତ୍ୟା କରିଥିଲା । ଏହାଦେଖି ପ୍ରେମିକା ଜଣଙ୍କ ପ୍ରେମିକର ମର ଶରୀର ନିକଟରେ କିଛି ସମୟ ଧରି କାନ୍ଦିବା ସହିତ ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଗାଁ ଆମ୍ବତୋଟାରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଜରଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତେବେ ଉଭୟ କଣ ପାଇଁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାରେ ପୋଲିସର ତଦନ୍ତ ଆଉ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.