Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରାଉରକେଲା ଘରେ ଝୁଲୁଥିଲା ମା’-ଝିଅଙ୍କ ମୃତଦେହ, ୨୭୦ କି.ମି. ଦୂର ଜଙ୍ଗଲରୁ ମିଳିଲା ବାପାର ଝୁଲନ୍ତା ଶବ : ଆତ୍ମହତ୍ୟା ନା ଷଡଯନ୍ତ୍ର

29/04/2021 at 2:39 PM

ରାଉରକେଲା ୨୯।୦୪: ସୁନ୍ଦରଗଡ଼ର ଘଟିଛି ଅଭାବନୀୟ ଘଟଣା । ଅଢେଇ ବର୍ଷର ଶିଶୁ କନ୍ୟା ମୃତ୍ୟୁ ସହ ମାର ମୃତଦେହ ଜୁଳନ୍ତା ଅବସ୍ଥାରେ ଠାବ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନେଇ ବଢୁଛି ସସ୍‌ପେନ୍ସ । ସୁନ୍ଦରଗଡ଼ କୋଇଡା ମସଜିଦ ନିକଟରେ ଥିବା ଏକ ଘରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ,  ଜଗତସିଂହପୁର ଅଞ୍ଚଳର ଏକ ପରିବାର ସୁନ୍ଦରଗଡ଼ କୋଇଡା ମସଜିଦ ନିକଟରେ ଭଡ଼ା ଘରେ ରହୁଥିଲେ । ସ୍ୱାମୀ ଏକ ଟ୍ରାନ୍ସପୋର୍ଟରେ କାମ କରୁଥିଲେ । ପରିବାରରେ ଥିଲେ ସ୍ୱାମୀ ସ୍ତ୍ରୀ ସହ ଅଢେଇ ବର୍ଷର ଶିଶୁ । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗିରହିଥିଲା । ୧୫ ଦିନ ତଳେ ସ୍ୱାମୀ ସ୍ତ୍ରୀ ଏବଂ ଛୁଆଙ୍କୁ ଛାଡ଼ି  ଅନ୍ୟ ଆଡ଼େ ଚାଲିଯାଇଥିଲେ । ବୁଧବାର ଦିନ ବିଳମ୍ବିତ ରାତିରେ ସ୍ୱାମୀଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିବା ପାଇଁ କୋଇଡ଼ା ଥାନକୁ ଯାଇଥିଲେ ସ୍ତ୍ରୀ  । ତେବେ ଥାନାରେ ଲିଖିତ ଅଭିଯୋଗ ନକରି ମୌଖିକ ଅଭିଯୋଗ କରି ଫେରି ଆସିଥିଲେ ।

ବୁଧବାର ଅଭିଯୋଗ କରିବା ପରେ ଗୁରୁବାର ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମାଆ ଓ ଅଢେଇ ବର୍ଷର ଶିଶୁ କନ୍ୟାର ମୃତଦେହ ଠାବ ହୋଇଥିବା ବେଳେ କେନ୍ଦୁଝରର ଏକ ଜଙ୍ଗଲରୁ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା । ତାହା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

   Related Posts