ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପାରିବାରିକ ବିବାଦରୁ ଆତ୍ମହତ୍ୟା !

Published By : Prameya-News7 Bureau | September 26, 2021 IST

ପାଟଣା ୨୬।୦୯ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବଡ଼ ଗମ୍ଭାରିଆ ଗାଁ ନିକଟ ହାଟ ପଡିଆରୁ ଠାବ ହୋଇଛି ମୃତଦେହ । ମୃତକଙ୍କ ନାମ ଗୋଲକ ମହାନ୍ତ ବୋଲି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗୋଲକ, ବାପା ଯୋଗଶ୍ୱର ଓ ଭାଇଙ୍କ ସହିତ ବଚସା ହୋଇଥିଲା । ଏହାପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ  ବ୍ୟବଛେଦ ପାଇଁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ ପଦାକୁ ଆସିଛି । ସେପଟେ ପୋଲିସ  ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.