ଗୋଟିଏ ଦିନରେ ୨ଟି ପ୍ରେମଜନିତ ଆତ୍ମହତ୍ୟା : ଗୋଟିଏ ଓଢଣୀରେ ୨ ଫାଶ, ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

Published By : Prameya-News7 Bureau | September 25, 2021 IST

ନବରଙ୍ଗପୁର ୨୫।୦୯: ଗୋଟିଏ ଦିନରେ ୨ଟି ଅଘଟଣା । ତାହା ପୁଣି ସମାନ । ଗୋଟିଏ ଜିଲ୍ଲାରେ ଦେଖିବାକୁ ମିଳିଛି ୨ଟି ପ୍ରେମୀଯୁଗଳଙ୍କ ମୃତଦେହ । ଆଜି ସକାଳ ସମୟରେ ଗୋଟିଏ ମୃତଦେହ ଠାବ କରାଯାଇଥିଲା, ଅପରାହ୍ନ ସମୟରେ ଆଉ ଏକ ପ୍ରେମୀଯୁଗଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ପାପଡାହାଣ୍ଡି ଥାନା ବତାସର ଜଙ୍ଗଲ ମଧ୍ୟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତେଦେହ ଠାବ ହୋଇଛି । ଉଭୟ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏକ ଚାଖୁଣ୍ଡା ଗଛରେ ଗୋଟିଏ ଓଢଣୀର ଦୁଇ ପାର୍ଶ୍ଵରେ ବେକରେ ଫାସ ଦେଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ। ଯୁବତୀ ଜଣକ ସ୍ଥାନୀୟ କଦଭଟ୍ଟା ଗ୍ରାମର ସାବିତ୍ରୀ ଭତରା ହୋଇଥିବା ବେଳେ ଯୁବକର ପରିଚୟ ଏବେ ଯାଏଁ ମିଳିନାହିଁ।

ସେହିପରି ଆଜି ସକାଳ ସମୟରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଶରଧାପୁର ଗାଁ ନିକଟରେ ମୃତଦେହ ଝୁଲୁଥିଲା । ଗାଁ ନିକଟରେ ଥିବା ଏକ ବବୁଲ ଗଛରେ ରଶି ଲଗାଇ ଉଭୟ ଆତ୍ମହତ୍ୟା କରିଛନ୍ତି । ମୃତକ ଶରଧାପୁର ଗାଁର ଦୂରପତି ମାଝି , ଏବଂ କାମଦେବ ମାଝି ବୋଲି ଜଣାପଡିଛି ।  

ଦୂରପତି ମାଝି ଆଜକୁ ବର୍ଷ ତଳେ ନୂଆପଡା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ । ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗାଁର କାମଦେବ ମାଝି  ଅନ୍ୟ ଜଣେ ଯୁବକ ଦୂରପତି ମାଝିକୁ ନେଇ କେଉଁଆଡେ ଚାଲିଯାଇଥିଲା । ଉଭୟଙ୍କ ପରିବାର ବହୁ ଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇନଥିଲେ ।

ଗତକାଲି ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଚାଲି ଆସୁଥିବାର କିଛି ଲୋକ ଦେଖିଥିଲେ ।  କିନ୍ତୁ ଶେଷରେ ଉଭୟ ଗୋଟିଏ ରଶିରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ସକାଳେ ଗ୍ରାମବାସୀ ଗାଁ ନିକଟରେ ଥିବା ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା । ସକାଳ ସମୟରେ ଏହି ଖବର ପ୍ରଚାର ହେବା ପରେ ସେହିସ୍ଥାନକୁ ଦେଖଣାହାରୀ ଙ୍କ ସୂଅ ଛୁଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.