Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଘରୁ ମିଳିଲା ନବବଧୂଙ୍କ ମୃତଦେହ, ୫ମାସ ତଳେ କରିଥିଲେ ୨ୟ ବିବାହ

9/01/2021 at 3:07 PM

କଳାହାଣ୍ଡି ୦୯।୦୧ : ଘର ଭିତରୁ ନବବିବାହିତ ମହିଳାଙ୍କ ଝୁଳନ୍ତା ଶବ ଉଦ୍ଧାର । ମୃତକ କୌଶଲ୍ୟା ବେହେରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଷ୍ଟେଚୁପଡା ଭଡ଼ା ଘରୁ ଶବ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ୫ମାସ ତଳେ ଭବାନୀପାଟଣା ସଦର ଥାନା ଅଞ୍ଚଳର ଅଶୋକ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତେବେ କୌଶଲ୍ୟା ଆତ୍ମହତ୍ୟା କରିଥିବା ଅଶୋକ ପୋଲିସକୁ ସୂଚନା ଦେଇଥିବା ବେଳେ  ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତକ ଘର ପାରଳାଖେମୁଣ୍ଡିରେ , ତେଣୁ ତାଙ୍କ ତାଙ୍କ ପରିବାର ସଦସ୍ୟଙ୍କୁ ଅପେକ୍ଷା କରାଯାଇଛି। ଝିଅର ମୃତ୍ୟୁ ନେଇ ପରିବାର ଲୋକଙ୍କୁ ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି ।

ତେବେ ଆଗକୁ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟା ସାମ୍ନାକୁ ଆସିବ । ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ? ଆତ୍ମହତ୍ୟାର କାରଣ କଣ ? । ଏପରି ଆଦି ଅନେକ ପ୍ରଶ୍ନର ଉତ୍ତର ପୋଲିସ ତଦନ୍ତ ପରେ ପଦାକୁ ଆସିବ । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯିବ ବୋଲି ସୂଚନା ମିଳିଛି ।

   Related Posts