ପାରିବାରିକ କଳହ ପାଇଁ ଚରମ ନିଷ୍ପତ୍ତି, ପୋଖରୀକୁ ଡେଇଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

Published By : Prameya-News7 Bureau | January 21, 2021 IST

ଜଳେଶ୍ଵର ୨୧।୦୧: ବାଲେଶ୍ୱ ଜିଲ୍ଲା ଭୋଗରାଇ ଥାନା ଚକଫୁଲବଣି ଗାଁର ଅଘଟଣ । ପୋଖରୀକୁ ଡେଇଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା । ମୃତକ କାହ୍ନୁଚରଣ ମଣ୍ଡଳ ଓ ତାଙ୍କ ପତ୍ନୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଭୋଗରାଇ ଥାନା ଚକଫୁଲବଣି ଗାଁର କାହ୍ନଚରଣ ଓ ତାଙ୍କ ପତ୍ନୀ ବାସ କରୁଥିଲେ । କିନ୍ତୁ ପାରିବାରକ କଳହ ଲାଗି ଉଭୟ ନେଇଛନ୍ତି ଚରଣ ନିଷ୍ପତ୍ତି । ଗାଁରେ ଥିବା ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ପୋଖରୀରେ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳର ଅଧିକ ତଥ୍ୟ ଯୋଗାଡ଼ କରୁଛି ପୋଲିସ । ଆତ୍ମହତ୍ୟାର ପ୍ରକୃତ କାରଣ କଣ , ସେନେଇ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଆବଶ୍ୟକପଡିଲେ ମଧ୍ୟ ସାଇଣ୍ଟିଫିଖକ୍‌ ଟିମ୍‌କୁ ଡାକିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.