ଗଛରେ ଝୁଲିପଡିଲେ ପ୍ରେମୀ ଯୁଗଳ ! କାରଣ ଅସ୍ପଷ୍ଟ
29/12/2020 at 12:19 PM

ଡେଲାଙ୍ଗ ୨୯।୧୨: ଗଛରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତର ଜିପୁର ଗାଁରେ ଘଟଣା ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ନାମ ବଳିଆ ନାୟକ ଏବଂ ସୁଲି ନାୟକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।
ମଙ୍ଗଳବାର ଦିନ ସକାଳ ସମୟରେ ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଜିପୁର ଗାଁର ଏକ ଗଛରେ ୨ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକ ମୃତଦେହ ଝୁଲୁଥିବାର ଦେଖିଥିଲେ । ଏକ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲେ । ଯୁବକ ଜଣଙ୍କ ଏକ ଗାମୁଛାରେ ଝୁଲିଥିବା ବେଳେ ଯୁବତୀ ଜଣଙ୍କ ନିଜ ଓଢଣୀ ଜରିଆରେ ଝୁଲୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟଲୋକ ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଅନ୍ୟପଟେ ମିଳିଥିବା ତଥ୍ୟା ଅନୁସାରେ , ଗଛରେ ଝୁଲୁଥିବା ଯୁବତୀଙ୍କ ନାମ ସୁଲି ନାୟକ ଏବଂ ଯୁବକଙ୍କ ନାମ ବଳିଆ ନାୟକ ବୋଲି ଜଣାପଡିଛି । ଉଭୟ ମୃତକ ନିକଟସ୍ଥ ପ୍ରଧାନସହି ଗାଁର ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାରେ ପୋଲିସ ଛାନ୍ଭିନ୍ କଲେ ପ୍ରକୃତ ତଥ୍ୟା ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପରିବାର ଲୋକେ । ଉଭୟଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛନ୍ତି ବୋଲି ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ।