Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ପରୀକ୍ଷାରେ ଫେଲ୍‌ ହୋଇଥିଲେ, ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

30/11/2021 at 2:07 PM

ବଲାଙ୍ଗୀର ୩୦।୧୧: ବଲାଙ୍ଗୀର ଜିଲ୍ଲା ସୁଦପଡା ଫାଟକ ନିକଟରେ ଘଟିଛି ଅଭାବନୀୟ ଘଟଣା। ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ କୁଟୁମଡୁଲା ଗାଁର ସୁଦାମ ପଶାୟତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଖବର ଅନୁଯାୟୀ, ସୁଦାମ ଜଣେ ବିଇଡି ଛାତ୍ର । ରାଉରକେଲା କଲେଜରେ ପାଠ ପଢୁଥିଲେ। ପରୀକ୍ଷାରେ ଫେଲ ହୋଇଯିବାରୁ ଏ ଭଳି ଆତ୍ମହତ୍ୟା କରି ଥିବା ତାଙ୍କ ପରିବାର ଲୋକ କହିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ଭାଇ ସଂଜିତକୁ ସୁସାଇଡ଼ ନୋଟ ଲେଖି ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଲେଖାରେ ସେ କହିଛନ୍ତି ଯେ,  ସଂଜିତ ଦାଦା ମୁଁ ନିଜକୁ ବହୁତ ବୁଝାଇଲି, ହେଲେ ପାରିଲିନାହିଁ । ମତେ ନିଜକୁ ବହୁତ ଘୃଣା ଲାଗୁଛି ।  ମୋ ସ୍ବପ୍ନ ପୂରଣ କରି ପାରିଲି ନାହିଁ , କି ବାପାଙ୍କୁ ଟିକେ ସମ୍ନାନ ଦେଇପାରିଲି ନାହିଁ । ମୁଁ ମଲା ପରେ ମୋ ମାଆକୁ ଟିକେ ଦେଖିବ । ମୋ ମାଆ ମତେ ବହୁତ ଭଲ ପାଏ । ମୁଁ ତାକୁ ଛାଡିକି ଯାଉଛି, ମୋତ କ୍ଷମା କରିଦେବ । ସୁଦପଡା ଟ୍ରେନ ଲାଇନ ବ୍ରିଜରୁ ମୋ ମଲା ଦେହ ନେଇଯିବ।

ତେବେ ଦୀର୍ଘ ଦିନ ଧରି ପାଠ ପଢାକୁ ନେଇ ଚିନ୍ତାରେ ରହିଥିଲେ ସୁଦାମ । ଗତକାଲିଠୁ ସେ ଘରୁ କେଉଁଆଡ଼େ ଚାଲିଯାଇଥିଲେ , ଆଉ ଫେରିନଥିଲେ । ଏହାପରେ ଟ୍ରେନ୍‌ ଲାଇନ୍‌ରୁ ସୁଦାମଙ୍କ ମୃତଦେହ ଠାବ ହୋଇଛି ।

   Related Posts