କଳହ ହେଲା ସର୍ବନାଶ, ବିଦ୍ୟୁତ ଟାଓ୍ୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | March 11, 2021 IST

ବଲାଙ୍ଗୀର ୧୧।୦୩ : ବଲାଙ୍ଗୀର ଜିଲ୍ଲା ଚିତାମରା ଗାଁରେ ଅଭାବନୀୟ ଘଟଣା ଘଟିଛି । ୩୩ କେଭି ବିଦ୍ୟୁତ ଟାଓ୍ୱାରକୁ ଚଢି ଯୁବକଙ୍କ ଆତ୍ମହତ୍ୟା । ମୃତକ ପରିମଳ କୁମ୍ଭାର ବୋଲି ଜଣାପଡିଛି ।

{"id":421081,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ବୁଧବାର ରାତିରେ ପରିବାରରେ କୌଣସି କାରଣକୁ ନେଇ କଳହ ହୋଇଥିଲା । ଯୁବକ ଜଣଙ୍କ ରାଗିଯାଇ ଘର ପାଖରେ ଥିବା ବିଦ୍ୟୁତ ଟାଓ୍ୱାରକୁ ଖୁଣ୍ଟକୁ ଚଢି ଯାଇଥିଲେ। ଶେଷରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ବଡମାଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

{"id":421082,"sizeSlug":"large","linkDestination":"none"}

ତେବେ କେଉଁ କାରଣ ନେଇ ପରିବାରରେ ବିବାଦ ଲାଗିରହିଥିଲା । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାରେ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ କାର୍ଯ୍ୟ ଆଗକୁ ବଢିବା ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.