Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅଭାବନୀୟ : ସ୍ତ୍ରୀ-ପୁଅକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

8/09/2021 at 2:12 PM

ଖଲ୍ଲିକୋଟ ୦୮।୦୯: ପାରିବାରିକ କଳହ କାରଣରୁ ଚାଲିଗଲା ତିନି ଜଣଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ତଳପୁଟବଗଡ଼ ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀ ଓ ଏକ ୧୦ ମାସର ଶିଶୁକୁ ଲୁହା କଟା ବ୍ଲେଡରେ ବେକକୁ କାଟି ହତ୍ୟା କରିବା ପରେ ନିଜେ ସ୍ୱାମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଛି |

ସୂଚନା ମୁତାବକ ସୁଜନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରୁନି ପ୍ରଧାନ ମଧ୍ୟ୍ୟରେ ସବୁବେଳେ ଝଗଡା ହେଉଥିଲା | ଗତକାଲି ରାତିରେ ଘରର ଉପର ଘରେ ଶୋଇଥିବା ବେଳେ ଆଜି ସକାଳୁ ଉଠି ନଥିଲେ | ଆଜି ପଂଚାୟତରେ ଚାଉଳ ଦିଆଯାଉଥିବା ବେଳେ ସୁଜନ ନେବା ପାଇଁ ଯାଇନଥିଲେ | ଏନେଇ ସୁଜନଙ୍କ ମା ଶୋଭା ପ୍ରଧାନ ପୁଅ ରହୁଥିବା ଉପରଘରକୁ ଡାକିବା ପାଇଁ ଯାଇଥିଲେ କିନ୍ତୁ ବହୁ ରୁନି ପ୍ରଧାନ, ନାତି ରୁମେଶ ପ୍ରଧାନ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ | ଏହା ଦେଖି ସେ ଚିିତ୍କାର କରିଥିଲେ।

ସେ ଅନ୍ୟ ପୁଅ ସଦାନନ୍ଦ ପ୍ରଧାନକୁ ଡାକିଥିଲେ | ବଡପୁଅ ସଦାନନ୍ଦ ଆସିବା ପରେ ତିନି ଜଣଙ୍କ ମୃତ୍ୟୁ ଘଟି ସାରିଥିବା ଦେଖିଥିଲେ | ସ୍ୱାମୀ ଓ ସ୍ତ୍ରୀ ଝଗଡା ପରେ ସେମାନେ ଭିନ୍ନ ହୋଇ ଉପର ଘରେ ରହୁଥିଲେ | ପାରିବାରିକ କଳହରୁ ଏହିପରି ଘଟଣା ଘଟିଥିବା ମୃତକଙ୍କ ବଡଭାଇ କହିଛନ୍ତି | ଘଟଣାର ଖବର ପାଇଁ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଚମାଖଣ୍ଡି ଥାନା ଅଧିକାରୀ ପହଂଚି ପ୍ରାଥମିକ ତଦନ୍ତ କରିଥିଲେ ପରେ ସାଣ୍ଟିଫେଟିକ ଟିମ ପହଂଚି ତଦନ୍ତ କରିଛି | ପରିବାରିକ କଳହରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି | ଏନେଇ ପୋଲିସ ମୁହଁ ଖୋଲୁନାହିଁ, ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିବ ବୋଲି କହିଛି | ସୁଜନ ଦୁଇ ବର୍ଷ ତଳେ ବିବାହ କରିଥିଲେ |

   Related Posts