ମାଆ ମୋବାଇଲ ନେଇଯିବାରୁ ପୁଅର ଆତ୍ମହତ୍ୟା ! ବେକରେ ରଶି ଲଗାଇ ପାଇଖାନା ଘରେ ଝୁଲିପଡିଲେ…
6/12/2020 at 7:37 AM

ଖୋର୍ଦ୍ଧା ୦୬।୧୨: ବେଗୁନିଆ ଥାନା ଗଡ ମାଣିତ୍ରୀ ତଳଗଡ ସାହିରେ ଅଭାବନୀୟ ଘଟଣା । ମା ମୋବାଇଲ ଛଡାଇ ନେଇ ଗାଳି କରିବାରୁ ନବମ ଶ୍ରେଣୀ ରେ ପଢୁଥିବା ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ ସୁବୁଦ୍ଧି ।
ଖବର ଅନୁଯାୟୀ, ଗତକାଲି ଅପରାହ୍ନ ରେ ଅଶୋକ ମୋବାଇଲରେ ଖେଳୁଥିବା ବେଳେ ମାଆ ତାଙ୍କୁ ବାରଣ କରିବା ସହ ବାପାଙ୍କୁ ଫୋନ୍ କରିବାକୁ ମୋବାଇଲ ମାଗିଥିଲେ । ହେଲେ ଅଶୋକ କିଛି ନ ଶୁଣି ଖେଳି ଚାଲିଥିଲେ । ମାଆ ଅଶୋକ ଠାରୁ ମୋବାଇଲ ଛଡାଇ ନେଇ ଗାଳି କରିବା ପରେ ଅଶୋକ ପାଇଖାନା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021