ଗାଁ ପାଖ ଜଙ୍ଗଲରେ ଝୁଲିପଡିଲେ ଯୁବକ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

Published By : Prameya-News7 Bureau | January 21, 2021 IST

ବାଲିପାଟଣା ୨୧।୦୧: ଯୁବକଙ୍କ ଆତ୍ମହତ୍ୟା । ବାଲିଅନ୍ତା ଥାନା ନୂଆ ଜଗନ୍ନାଥ ସଡ଼କ ନିକଟ ଜଙ୍ଗଲରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ବଇଁଚୁଆ ବିଲସାହି ଶତୃଘନ ସାହୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଜଗନ୍ନାଥ ସଡକ ନିକଟ ଜଙ୍ଗଲରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଜଙ୍ଗଲରେ ଏକ ଗଛରେ ରଶି ଲଗାଇ ଜଣେ ଯୁବକ ଝୁଲୁଥିବା ଦେଖିଥିଲେ କିଛି ପ୍ରତ୍ୟକ୍ଷଦର୍ଶୀ । ଏହାଦେଖିବା ପରେ ସ୍ଥାନୀୟ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି ।  ତେବେ ଯୁବକ ଜଣଙ୍କ  କେଉଁ କାରଣରୁ  ଆତ୍ମହତ୍ୟା କରିଛନ୍ତି  । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.