ଘର ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା , ମୃତ୍ୟୁକୁ ନେଇ ସସ୍‌ପେନ୍ସ

Published By : Prameya-News7 Bureau | January 12, 2021 IST

ବଡ଼ବିଲ ୧୨।୦୧ : ପଙ୍ଖାରେ ଝୁଲିପଡିଲେ ଯୁକ୍ତ ୩ ଛାତ୍ରୀ । ମୃତ ଛାତ୍ରୀଙ୍କ ଘର ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବନେଇକଳା ଅଞ୍ଚଳରେ ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଝାଡ଼ଖଣ୍ଡ ଅଞ୍ଚଳର ଛାତ୍ରୀଜଣଙ୍କ ଯୋଡ଼ାରେ ନିଜ ଭଉଣୀ ଓ ଭିଣୋଇଙ୍କ ପାଖରେ ରହି ପାଠ ପଢୁଥିଲେ । ନିକଟରେ ଥିବା ବଡ଼ବିଲ କଲେଜରେ ଯୁକ୍ତ୩ ପାଠ ପଠୁଥିଲେ । ତେବେ ସେ ସୋମବାର ରାତିରେ ନିଜ ଓଢଣୀ ସାହାଯ୍ୟରେ ଘରେ ଥିବା ଫଙ୍ଗାରେ ଝୁଲିପଡିଥିଲେ । ଆଜି ସକାଳ ମୃତଦେହକୁ ଦେଖି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏବଂ ପୋଷ୍ଟ ମର୍ଟମ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ କିଛି ତଥ୍ୟ ହସ୍ତଗତ ହେବ ବୋଲି ପୋଲିସ ଆଶା ରଖିଛି ।

ସେହିପରି ସବୁ ଠିକ୍‌ ଠାକ୍‌ ଥିବା ବେଳେ ଛାତ୍ରୀଜଣଙ୍କ କାହିଁକି ଏଭିଳ ଚରଣ ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନାହିଁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଘଟଣାକୁ କିଛିଟା ପରଦା ହଟିବ ବୋଲି ଆଶା କରାଯାଉଛି । ସେହିପରି ପୋଲିସ ସଂପର୍କୀୟଙ୍କୁ ପଚରାଉଚରା ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.