ରାତିରେ ଖାଇ ଶୋଇବାକୁ ଯାଇଥିଲେ ଜିତୁ, କିନ୍ତୁ ସକାଳୁ ବାଡ଼ି ଗଛରେ ଝୁଲୁଛି ମୃତଦେହ…

Published By : Prameya-News7 Bureau | October 04, 2020 IST

ଆଠମଲ୍ଲିକ ୦୪।୧୦: ଆଠମଲ୍ଲିକ NAC ଅନ୍ତର୍ଗତ ଟାଗିଆନିସା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟାଗିଆନିଆସ ବସ୍ତିର ଜିତୁ ନାୟକ ନିଜ ବାଡ଼ିରେ ବରକୋଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

{"id":338375,"sizeSlug":"large"}

ଶନିବାର ଦିନ ରାତିରେ ଖାଇ ଶାଇ ଶୋଇବାକୁ ଯାଇଥିଲେ ଜିତୁ । ଘରେ କୌଣସି ପ୍ରକାର ପାଟିତୁଣ୍ଡ କି ଝଗଡ଼ା ହୋଇନାହିଁ । କିନ୍ତୁ ସକାଳ ସମୟରେ ନିଜ ବାଡ଼ିରେ ଥିବା ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଗଛରେ ମୃତଦେହ ଝୁଲୁଥିବାର ପ୍ରଥମେ ଜିତୁଙ୍କ ପୁଅ ଶ୍ରୀତମ ଦେଖିଥିଲେ ।

{"id":338376,"sizeSlug":"large"}

ତେବେ ମିଳିଥିବା ଖବର ଅନୁଯାୟୀ, ଜିତୁ ନାୟକ ପ୍ରଥମେ ମୂଲଲାଗି କାମ କରୁଥିଲା । କିନ୍ତୁ କରୋନା ଜନିତ ଲକଡାଉନ ପର ଠାରୁ ମୁଲ ନମିଳିବାରୁ ଘରେ ଏକ ସିଲେଇ ମେସିନ ରଖି ସିଲେଇ କାମ କରୁଥିଲା । ଜିତୁ ନାୟକର ପରିବାର ଏବେ କିଛି କହିବା ପରିସ୍ଥିତିରେ ନଥିବାରୁ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ । ସେପଟେ ସ୍ଥାନୀୟଲୋକଙ୍କ ଅନୁଯାୟୀ, ଗତକିଛି ଦିନ ହେଲା ସେ ଘରୁ ବାହାରୁ ନଥିଲେ । ଆର୍ଥିକ ଅବସ୍ଥା ଖରାପ ଥିବାର ଜିତୁ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ ମଧ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.