Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଏଟିଏମ ଗ୍ରାହକଙ୍କୁ ଝଟକା : ମହଙ୍ଗା ପଡିବ ଏଟିଏମ ବ୍ୟବହାର

30/04/2019 at 2:41 PM

ନୂଆଦିଲ୍ଲୀ ୩୦/୪ : କନ୍ଫଇଡ୍ରେସନ ଅଫ ଏଟିଏମ ଇଣ୍ଡଷ୍ଟ୍ରି (CATMi) ଗତବର୍ଷ ଚେତାବନୀ ଦେଇଥିଲା ଯେ, ୨୦୧୯ ମସିହାରେ ଭାରତର ଅଧାରୁ ଅଧକ ଏଟିଏମ ବନ୍ଦ କରିଦିଆଯିବ | ସିଏଟିଏମଆଇ ଚେତାବନୀ ଅନୁଯାୟୀ, ଦେଶରେ ପାଖାପାଖି ୨ ଲକ୍ଷ ୩୮ ହଜାର ଏଟିଏମ ଅଛି | ଏଥିରୁ ପାଖାପାଖି ଲକ୍ଷେ ୧୩ ହଜାର ଏଟିଏମ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ହେବାକୁ ଥିଲା | କାରଣ ଏଟିଏମର ମେଣ୍ଟେନେନ୍ସ ଖର୍ଚ୍ଚ ଅଧିକ ହେଉଛି | ଏହି ଖର୍ଚ୍ଚ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା କାରବାରରୁ ବାହାରୁନାହିଁ | ସେଥିପାଇଁ ଏବେ ଗ୍ରାହକଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି ହୋଇପାରେ | କାରଣ ଏହି ଖର୍ଚ୍ଚ ଏବେ ଗ୍ରାହକଙ୍କ ଠାରୁ ଅସୁଲ କରାଯାଇପାରେ | ଆସନ୍ତୁ ଜାଣିବା ଏଟିଏମ ବ୍ୟବହାର ପାଇଁ ଆପଣଙ୍କୁ ଆଉ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |


ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏଟିଏମ ବନ୍ଦ ହେବନାହିଁ | ବରଂ ଏଟିଏମ ବ୍ୟବହାର ଚାର୍ଜ ବଢ଼ିଯିବ | ଏଟିଏମ ବ୍ୟବହାର ପାଇଁ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ |


ଏହି ସନ୍ଦର୍ଭରେ ଏସିଆ ପେସିଫିକ ୟୁରୋନେଟ ସର୍ଭିସ ଭାରତର ଏମଡି ହିମାଂଶୁ ପୂଜାରୀ କହିଛନ୍ତି ଯେ, ପୂର୍ବରୁ ଏଟିଏମର ବୃଦ୍ଧି ପାଇଥିବା ଖର୍ଚ୍ଚ ଉଠାଇବା ପାଇଁ କେହି ରାଜି ନଥିଲେ | କିନ୍ତୁ ଏବେ ଏହି ସମସ୍ୟା ଉପରେ ବିଚାର କରିବା ପାଇଁ ବ୍ୟାଙ୍କ ରାଜି ହୋଇଛି | ଏଟିଏମ ଚାର୍ଜ ବଢିଲେ ଗ୍ରାହକଙ୍କୁ ୧୦ ରୁ ୧୫ ପ୍ରତିଶତ ଅଧିକ ଟଙ୍କା ଦେବାକୁ ହେବ | ଏନପିସିଆଇ ଏଟିଏମ ଚାର୍ଜ କମ କରିବା ପାଇଁ ମନ୍ତ୍ରାଳୟ ସହ ଯୋଗାଯୋଗ କରିଛନ୍ତି |

   Related Posts