ସମବାୟ ବ୍ୟାଙ୍କର ଭଣ୍ଡାରୀପୋଖରୀ ଶାଖାରେ ଆରମ୍ଭ ହେଲା ଏଟିଏମ୍ ସେବା
30/12/2020 at 10:29 PM

ଭଦ୍ରକ୩୦/୧୨: କେନ୍ଦ୍ର ସମବାୟ ବ୍ୟାଙ୍କର ହିତାଧିକାରୀ ପାଇବେ ଏଟିଏମ୍ ସେବା। ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଣ୍ଡାରୀପୋଖରୀ ଶାଖାରେ ଖୋଲିଛି ପ୍ରଥମ ଏଟିଏମ ସେବା । ଏହି ସମବାୟ ବ୍ୟାଙ୍କରେ ୨୬ ହଜାର ହିତାଧିକାରୀ ଅଛନ୍ତି। ପୂର୍ବରୁ ୮ ହଜାର ହିତାଧିକାରୀଙ୍କୁ ଏଟିଏମ ଦିଆଯାଇଥିବା ବେଳେ ଏବେ ୧୮ ହଜାର ହିତାଧିକାରୀଙ୍କୁ ଏଟିଏମ ଦିଆଯାଇଛି। ଏହି ଏଟିଏମ କାର୍ଡକୁ ସମସ୍ତ ବ୍ୟାଙ୍କରେ ବ୍ୟବହାର ହୋଇପାରିବ। ଭଦ୍ରକ ସାଂସଦ , ଭଣ୍ଡାରୀପୋଖରୀ ବିଧାୟକଙ୍କ ସହ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର , ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ଓ ନିର୍ଦ୍ଦେଶକ ରମେଶ ଭାରତୀଙ୍କ ଉପସ୍ଥିତିରେ ଏଟିଏମ ସେବା ଆରମ୍ଭ ହୋଇଛି। ଆଗାମୀ ଦିନରେ ସେବା ସମବାୟ ସମିତି ଓ ସମବାୟ ବ୍ୟାଙ୍କର ଗ୍ରାହକ ତଥା ସେବା ସମବାୟ ସମିତିର ହିତାଧିକାରୀମାନେ ମଧ୍ୟ ଏହି ସେବାର ଲାଭ ପାଇବେ