ବ୍ରହ୍ମପୁରର ବିଭିନ୍ନ ଏ.ଟି.ଏମ୍ କାଉଣ୍ଟରରୁ ୫୬ ଲକ୍ଷ ଟଙ୍କା ଗାଏବ୍

Published By : Prameya-News7 Bureau | September 22, 2019 IST

ବ୍ରହ୍ମପୁର ୨୨।୦୯ -  ରେଶମ ସହର ବ୍ରହ୍ମପୁର। ଦକ୍ଷିଣ ଓଡିଶାର ଶିକ୍ଷା ଓ ବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ବେଶ୍ ପରିଚିତ ଏହି ସହର। ବ୍ୟବସାୟିକ ଦୃଷ୍ଟି କୋଣରୁ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଏହି ସହରରେ ପସରା ମେଲାଇଥାନ୍ତି। ବିଭିନ୍ନ ବ୍ୟାଙ୍କ୍ ମଧ୍ୟ ଏହି ସହରରେ ନିଜ ନିଜର କାରବାର ପାଇଁ ବ୍ୟାଙ୍କ୍ ଶାଖା ଖୋଲିଛନ୍ତି। ହେଲେ ଖାଉଟି କେତେ ସୁରକ୍ଷିତ ତାକୁ ବୋଧେ ଭୁଲି ଯାଇଛନ୍ତି ବ୍ୟାଙ୍କ୍ କର୍ତ୍ତୃପକ୍ଷ।  ଏ.ଟି.ଏମ୍ କାଉଣ୍ଟର୍ ଗୁଡିକ ଏବେ ଅସୁରକ୍ଷିତ ହୋଇପଡିଥିବା ବେଳେ ଚିନ୍ତାରେ ପଡିଛନ୍ତି ଖାଉଟି।

{"id":161235}

ଓଡିଶାର ଅନ୍ୟତମ ବୃହତ୍ତମ ସହର ହେଉଛି ବ୍ରହ୍ମପୁର । ଶିକ୍ଷା ଓ ବ୍ୟବସାୟ ପାଇଁ ରାଜ୍ୟରେ ସୁନାମ ଅର୍ଜ୍ଜନ କରିଛି ଏହି ସହର । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହ ବିଭିନ୍ନ ବ୍ୟାଙ୍କ୍ ଶାଖା ମଧ୍ୟ ଏହି ସହରରେ ସ୍ଥାପନ ହୋଇଛି । ବିଭିନ୍ନ ବ୍ୟାଙ୍କ୍ ସେମାନଙ୍କ କାରବାର ବୃଦ୍ଧି ଉଦ୍ଦେଶ୍ୟରେ ଶାଖା ଖୋଲିଛନ୍ତି । ସେହି ଅନୁସାରେ ଖାଉଟିଙ୍କ ସୁବିଧା ପାଇଁ ମଧ୍ୟ ଏ.ଟି.ଏମ୍ କାଉଣ୍ଟର ଖୋଲିଛନ୍ତି । ହେଲେ ଏ.ଟି.ଏମ୍ କାଉଣ୍ଟର ଗୁଡିକରେ ଯେଭଳି ସୁରକ୍ଷା ବ୍ୟବସ୍ଥା କରାଯିବା କଥା ସେପରି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ।

{"id":161236}

କେତେବେଳେ କାହାର ଏକାଉଣ୍ଟ୍‌ରୁ ଟଙ୍କା ଉଠାଣ ନହୋଇ ଟଙ୍କା କଟିଯିବା ମେସେଜ୍ ଆସୁଛି ତ ଆଉ କେତେବେଳେ ଏ.ଟି.ଏମ୍ କାଉଣ୍ଟର୍‌ରୁ ଲକ୍ଷାଧିକ ଟଙ୍କା ଗାଏବ୍ ହୋଇଯାଉଛି । ଗତ ୧୨ ତାରିଖରେ ବ୍ରହ୍ମପୁର ସହରର ଦୁଇଟି ଏବଂ ଗଞ୍ଜାମ ଥାନା ଅନ୍ତର୍ଗତ ଅନ୍ୟ ଏକ ଏ.ଟି.ଏମ୍ କାଉଣ୍ଟର୍‌ରୁ ମୋଟ ୫୬ ଲକ୍ଷ ଟଙ୍କା ଗାଏବ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଏକ୍ସିସ୍ ବ୍ୟାଙ୍କ୍ ଏ.ଟି.ଏମ୍ କାଉଣ୍ଟର୍‌ରୁ ୨୪ ଲକ୍ଷ ଟଙ୍କା,  ମେଡିକାଲ୍ ଏସ୍.ବିଆଇ ଶାଖା ଏଟିଏମ୍ କାଉଣ୍ଟର୍‌ରୁ ୧୫ ଲକ୍ଷ ଟଙ୍କା ଏବଂ ଗଞ୍ଜାମ ଥାନା ଅନ୍ତର୍ଗତ ଅନ୍ୟ ଏକ ଏ.ଟି.ଏମ୍ ରୁ ୧୭ ଟଙ୍କା ଏପରି ମୋଟ ୫୬ ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ ଏ.ଟି.ଏମ୍ କାର୍ଡଧାରୀ ଚିନ୍ତାରେ ପଡିବା ସହ ଏଟି.ଏମ୍ କାଉଣ୍ଟର୍ ଗୁଡିକର ସୁରକ୍ଷା ପାଇଁ ଦାବୀ କରିଛନ୍ତି।

{"id":161237}

 ସିକ୍ୟୁର୍ ଭେଲ୍ୟୁ ଅଫ୍ ଇଣ୍ଡିଆ ଲିମିଟେଡ୍ କମ୍ପାନୀ କେତେକ ବ୍ୟାଙ୍କ୍ ଏ.ଟି.ଏମ୍ ରେ ଟଙ୍କା ଭର୍ତ୍ତି କରିବାକୁ ଦାୟିତ୍ୱ ନେଇଛି। ଏହି କଂପାନୀର ଜୈନିକ କର୍ମଚାରୀ ଏସ୍.ବି.ଆଇ ମୁଖ୍ୟ ବ୍ୟାଙ୍କ୍‌ରୁ ଟଙ୍କା ନେଇ ଏ.ଟି.ଏମ୍ କାଉଣ୍ଟର୍ ଗୁଡିକରେ ଟଙ୍କା ଭର୍ତ୍ତି କରିବାକୁ ଦାୟିତ୍ୱରେ ଥିଲେ। ହେଲେ ଟଙ୍କା ଭର୍ତ୍ତି କରିବା ପରେ କିଭଳି ଟଙ୍କା ଗାଏବ୍ ହେଲା ତାକୁ ନେଇ ସଂପୃକ୍ତ କଂପାନୀ କର୍ତ୍ତୃପକ୍ଷ ସନ୍ଦେହ କରିଥିଲେ। କଂପାନୀ କର୍ତ୍ତୃପକ୍ଷ ସଂପୃକ୍ତ କର୍ମଚାରୀଙ୍କ ବିଋଦ୍ଧରେ ଟାଉନ୍ ଥାନାରେ ମାମଲା ରୁଜୁ କରିବା ପରେ ପୁଲିସ୍ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଦୋଷୀଙ୍କ ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.