ଏଟିଏମରୁ ଲୁଟ୍ ଉଦ୍ୟମ, ମେସିନ୍ ଖରାପ ଥିବାରୁ ବାହାରିଲାନି ଟଙ୍କା

Published By : Prameya-News7 Bureau | April 27, 2021 IST

ଖଲ୍ଲିକୋଟ, ୨୭|୦୪ : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ । ସୋମବାର ବିଳମ୍ବିତ ରାତ୍ରରେ ଦୁର୍ବୃତ୍ତମାନେ କଟରରେ ଏଟିଏମ ମେସିନ୍ କାଟି ଲୁଟ ଉଦ୍ୟମ କରିଛନ୍ତି ।

ତେବେ ଏଟିଏମଟି କାର୍ଯ୍ୟକ୍ଷମ ନଥିବାରୁ କୌଣସି ଟଙ୍କା ଲୁଟ ହୋଇନଥିବା ସୂଚନା ମିଳିଛି । ଘଟଣାର ବାବଦରେ ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ଓ ଚମାଖଣ୍ଡି ଥାନା ଅଧିକାରୀ ଓ ସନ୍ଧନୀ କୁକୁର ପହଁଚି ତଦନ୍ତ ଜାରି ରଖିଛନ୍ତି । ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.