ଏଟିଏମ୍‌ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍: ଭାଙ୍ଗି ଲୁଟି ନେଲେ ଟଙ୍କା

Published By : Prameya-News7 Bureau | November 13, 2020 IST

ସାଲେପୁର୧୩/୧୧: ଟାଙ୍ଗୀ ପୋଲିସକୁ ଏଟିଏମ୍ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ।ଡ୍ରିମ୍‌ସ ଫାଣ୍ଡିର ଅଳ୍ପ କେଇ ହାତ ଦୂରରେ  ଲୁଟ ଘଟଣା, ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଟକ ଜିଲ୍ଲା ଟାଙ୍ଗୀ ଥାନା ଡ୍ରିମସ କଲେଜ ନିକଟରେ ଏହି ଘଟଣା ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଟାଙ୍ଗି ଥାନା ଡ୍ରିମସ କଲେଜ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟ ହୋଇଥିବା ଜଣାପଡିଛି।ଏନେଇ ଟାଙ୍ଗୀ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହୋଇ ନାହିଁ ପୋଲିସ। ଏଟିଏମରେ ଥିବା ସିସିଟିଭିକୁ ପୋଲିସ ଯାଞ୍ଚ କଲା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.