ପୋଲିସ ପଞ୍ଝାରେ ଏଟିଏମ ଲୁଟେରା : ୭ ଗିରଫ, ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ

Published By : Prameya-News7 Bureau | August 14, 2020 IST

ଅନୁଗୋଳ, ୧୪/୦୮ :  ପୋଲିସ ପଞ୍ଝାରେ ଏଟିଏମ ଲୁଟେରା । ଅନୁଗୋଳ ପୋଲିସ ଶୁକ୍ରବାର  ୭ ଜଣିଆ ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କୁ ଛତିଶଗଡ଼ ଗିରଫ କରିଛି ପୋଲିସ।

ଗିରଫ ଲୁଟେରାମାନେ ହରିୟାଣାର ବୋଲି ଜଣାପଡିଛି । ସେମାନଙ୍କଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ନିକଟରେ ଗିରଫ ହୋଇଥିବା ଲୁଟେରାମାନେ ଅନୁଗୋଳ କରଡାଗାଡ଼ିଆ ଏଟିଏମକୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟିଥିଲେ।

ଗୋଟିଏ ରାତିରେ ସେମାନେ ଅନୁଗୋଳ ଟାଉନର ୨ଟି ଏଟିଏମରୁ ଲୁଟିବା ପାଈଁ ଉଦ୍ୟମ କରିଥିଲେ। ସିସିଟିଭି ଫୁଟେଜରୁ ଏମାନଙ୍କୁ ଧରିଛି ପୋଲିସ। ଏମାନଙ୍କୁ ଆହୁରି ୨ ଦିନ ରିମାଣ୍ଡରେ ନେଇ ପଚରାଉଚୁରା କରିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.