ବନ୍ଧା ହେଲା ଏଟିଏମ୍‍ ଲୁଟେରା

Published By : Prameya-News7 Bureau | September 16, 2019 IST

ଭଦ୍ରକ ୧୬।୦୯ -ବନ୍ଧା ହେଲା ଏଟିଏମ୍‍ ଲୁଟେରା। ଜଣେ ସେନା ବାହିନୀ କର୍ମଚାରୀଙ୍କଠାରୁ ଏଟିଏମ କାର୍ଡ ହାତେଇ ନେଇ ଏକ ଲକ୍ଷ ୬୮ ହଜାର ଟଙ୍କା ଚଳୁ କରି ଦେଇଥିବା ଲୁଟେରାକୁ ଧାମନଗର ଥାନା ପୋଲିସ ଗିରଫ କରିଛି। ଗତ ଜୁଲାଇ ମାସ ୨୨ତାରିଖ ଦିନ ଧାମନଗର ମନିସ୍ପଷ୍ଟ ଏଟିଏମରୁ କାଶ୍ମୀରରେ କାର୍ଯ୍ୟରତ ସେନା କର୍ମଚାରୀ ମାୟାଧର ଦାସ ଟଙ୍କା ଉଠାଉଥିଲେ। ସେହି ସମୟରେ ଅଭିଯୁକ୍ତ ପ୍ରମୋଦ ସାମଲ ଏଟିଏମ ଭିତରେ ଥିଲେ ଆଉ ପାସ ଓାର୍ଡକୁ ଦେଖି ନେଇଥିଲେ।
ମିନି ଷ୍ଟେଟମେଂଟ ବାହାର କର, ଡିଲିଟ ବଟନ ପ୍ରେସ କର ଏମିତି କହି ମାୟାଧରଙ୍କଠାରୁ ଏଟିଏମ କାର୍ଡ ନେଇ ଆଉ ଏକ ଏଟିଏମ କାର୍ଡ ଦେଇଦେଇଥିଲା। ପରେ ପରେ ଅଭିଯୁକ୍ତ ପ୍ରମୋଦ ଦୋବଲ, ଛତିଆ , ଚଣ୍ଡିଖୋଲ, ମଙ୍ଗଳପୁର , ଦଶରଥପୁର ଆଦି ବିଭିନ୍ନଏଟିଏମରୁ ଟଙ୍କା ଡ୍ର କରିବା ସହ ଭଦ୍ରକ ସହରର ମେଟ୍ରୋ ବଜାରରୁ ସପିଙ୍ଗ କରିଥିଲା। ସପିଙ୍ଗ କରିବା ବେଳେ ଅଭିଯୁକ୍ତ ପ୍ରମୋଦ ନିଜ ମୋବାଇଲ ନମ୍ବର ସୋ-ରୁମକୁ ଦେଇଥିଲା। ପୋଲିସ ସବୁ ଏଟିଏମର ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ମେଟ୍ରୋ ବଜାରର ଫୁଟେଜ ନେଲା ବେଳେ ସେହି ମୋବାଇଲ ନମ୍ବରକ ପାଇଥିଲା। ଫଳରେ ପୋଲିସ ପାଇଁ ସହଜ ହୋଇଥିଲା ଅଭିଯୁକ୍ତକୁ ଠାବ କରିବା। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଂପେଇପାଳ ଗାଁର ପ୍ରମୋଦ ସାମଲ ଓ ତାଙ୍କ ଭାଇ ସୌମ୍ୟ ରଂଜନ ସାମଲକୁ ଧାମନଗର ଥାନା ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.