ଲକ୍‌ଡାଉନ୍‌ର ସୁଯୋଗ ନେଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ

Published By : Prameya-News7 Bureau | April 07, 2020 IST

କଳାହାଣ୍ଡି ୦୭।୦୪: ସାରାଦେଶରେ କରୋନା ସ୍ଥିତି ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଲକ୍  ଡାଉନ୍ ର ସୁଯୋଗ ନେଇ ଏଟିଏମରୁ ଲୁଟ୍  ଉଦ୍ୟମ ହୋଇଛି । କଳାହାଣ୍ଡି ଜିଲ୍ଲା କଲମପୁର  ସଦରମହକୁମା ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତଙ୍କ ଲୁଟ୍  ଉଦ୍ୟମ ।

{"id":250056,"sizeSlug":"large"}

ସୂଚନାଯୋଗ୍ୟ ଯେ, କଲମପୁର ଅଞ୍ଚଳର ଥିବା ଏଟିଏମ୍  ମେସିନ ଭାଙ୍ଗି ଟଙ୍କା ଲୁଟିବା ପାଇଁ ଉଦ୍ୟମ କରାଯାଇଛି । ତେବେ ଏଟିଏମ ମେସିନରୁ ଟଙ୍କା ନେବାରେ ସଫଳ ହୋଇନାହାଁନ୍ତି ଦୁର୍ବୃତ୍ତ । ଏବେ ସାରା ଦେଶରେ ଲକ୍  ଡାଉନ୍  ଚାଲିଥିବା ବେଳେ ରାତିରେ ଲୋକଙ୍କ ଚଳପ୍ରଚଳ ସ୍ଥାନୀୟ ଅଞ୍ଚଳାରେ ବନ୍ଦ ରହିଛି । ଯାହାର ସୁଯୋଗ ନେଇ ଚୋରି ଉଦ୍ୟମ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.