ନୀଳଗିରିରେ ଏଟିଏମ୍‌ରୁ ଲୁଟ ! ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | June 13, 2020 IST

ନୀଳଗିରି୧୩।୦୬: ବାଲେଶ୍ଵର ଜିଲ୍ଲା ନୀଳଗିରି ରଥଦାଣ୍ଡ କେସି ହାଇସ୍କୁଲ ଆଗରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ୍‌ ହୋଇଥିବା ଜଣାପଡିଛି। ଆଜି ସକାଳେ କିଛି ଅଞ୍ଚଳବାସୀ ଟଙ୍କା ଉଠାଇବାକୁ ଆସିଥିବା ବେଳେ ଏଟିଏମ୍ ଭଙ୍ଗାଯାଇଥିବା ଦେଖିବାକୁ ମିଲିଥୁଲା, ପରେ ସ୍ଥାନୀୟବାସୀ ପୋଲିସକୁ ଖବର ଦେଇଥିଲା । ପୋଲିସ ଖବର ପାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ସିଲିଂ ଭଙ୍ଗା ଥିବାରୁ ହୁଏତ ଏହା ଗଳି ପଡିଥିବା ଅନୁମାନ ମଧ୍ୟ କରାଯାଉଛି।

{"id":285442,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏଟିଏମରେ ଗତକାଲି ଟଙ୍କା ଲୋଡ଼ କରାଯାଇଥିବା ବେଳେ କେତେ ଟଙ୍କା ଚୋରି ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ। ତେବେ ରାତିସାରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସହର ମଝିରେ ଦୁର୍ବୁତ୍ତ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଛି କି ନାହିଁ ବ୍ୟାଙ୍କ କର୍ମଚାରୀ ଆସିଲେ ସବୁ କଥା ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.