ATM ଲୁଟ୍ ଉଦ୍ୟମ, ବିଫଳ ହେବାରୁ ଭାଙ୍ଗିଦେଲେ ମେସିନ୍ !

Published By : Prameya-News7 Bureau | August 04, 2020 IST

ଭଦ୍ରକ ୦୪।୦୮ : ATMରୁ ଲୁଟ ଉଦ୍ୟମ । ଭାଙ୍ଗିଦେଲେ ଏଟିଏମ ମେସିନର ଡିସପ୍ଲେ ଓ ବୋର୍ଡ । ଭଦ୍ରକ ଜିଲ୍ଲା ବନ୍ତ ଥାନା ପଳସା ବଜାର ଠାରେ ଏଟିଏମ ଭଙ୍ଗାରୁଜା ସହ ଲୁଟ ଉଦ୍ୟମ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":309499,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ATMରୁ ଲୁଟ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ପଳସା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ATMରେ ଥିବା ମେସିନକୁ ଭାଙ୍ଗିଲେ ଦୃବୁର୍ତ୍ତ । ATMମେସିନକୁ ଭାଙ୍ଗି ଚୋରି ଉଦ୍ୟମ ହୋଇଛି । କିନ୍ତୁ ଦୃବୁର୍ତ୍ତମାନେ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।  ପୂର୍ବରୁ ମଧ୍ୟ ଵହୁବାର ଏହି ATMକୁ ଲୁଟ ଉଦ୍ଦେଶ୍ୟରେ ଭଙ୍ଗାରୁଜା କରାଯାଇଛି । ATM ଭଙ୍ଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ବନ୍ତ ପୋଲିସକୁ ସୂଚନା ଦେବା ପରେ ବ୍ୟାଙ୍କର ATM ରୁମ୍‌କୁ ବନ୍ଦ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.