ମାତିଛନ୍ତି ଲୁଟେରା, କରଡାଗାଡ଼ିଆ SBI ATMରୁ ଲୁଟ୍

Published By : Prameya-News7 Bureau | August 09, 2020 IST

ଅନୁଗୁଳ ୦୯।୦୮: କରଡାଗାଡ଼ିଆ ଛକ ନିକଟରେ ଥିବା SBI ATMରୁ ଲୁଟ୍ । ବିଳମ୍ବିତ ରାତିରେ ଗ୍ୟାସ କଟର ସାହାଯ୍ୟରେ ସଟର କାଟି ଲୁଟ କରିଛନ୍ତି ଦୁର୍ବୁତ୍ତ। ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ରହିଛି ଏହି ATM। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ଲୁଟ ହୋଇଛି । CCTV ଖରାପ ଥିବା ଅନୁମାନ କରାଯାଉଛି। ଆଗରୁ ଏହି ATMକୁ ଲୁଟ ଉଦ୍ୟମ କରି ବିଫଳ ହୋଇଥିଲେ ଦୁର୍ବୁତ୍ତ। ବିଳମ୍ବିତ ରାତିର ଲୁଟ ହୋଇଛି। ଅନୁଗୁଳ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମକୁ ଖବର ଦେଇଛି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.