ଯାଜପୁର ୦୮।୧୨ - ସାବଧାନ ମାତିଛନ୍ତି ଏଟିଏମ ଲୁଟେରା । ପକେଟରେ ଏଟିଏମ କାର୍ଡ କିନ୍ତୁ ଖାଲି ହୋଇଯାଉଛି ଆକାଉଣ୍ଟ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଜଖପୁର ଅଞ୍ଚଳରୁ ।
ଡୁବୁରୀ ପ୍ରୋଜେକ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଗ୍ରାହାକ ତରୁଣ ଧଳ ଲୁଟର ଶିକାର ହୋଇଛନ୍ତି । ତାଙ୍କ ଖାତରୁ ସମ୍ବଲପୁର ଓ ଯାଜପୁରର ବିଭିନ୍ନ ଏଟିଏମରୁ ୬୦ ହଜାର ଟଙ୍କା ଲୁଟ କରାଯାଇଛି । ଏନେଇ ତରୁଣ ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଏଟିଏମ ବ୍ୟବହାର କରିବା ସମୟରେ ଗ୍ରାହାକ ସତର୍କ ରହିବାର ଆବଶ୍ୟକତା ରହିଛି । ସେହିପରି ତରୁଣଙ୍କ ଅଭିଯୋଗ ନେଇ ସଂପୃକ୍ତ ଶାଖାର ମ୍ୟାନେଜର କହିଛନ୍ତି ଏଟିଏମ ସୁଇଚ ସେଟ୍ରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…