ଢ଼େଙ୍କାନାଳ: ଏସ୍‌ବିଆଇ ଏଟିଏମ୍‌ ଲୁଟ ଘଟଣାର ମାଷ୍ଟରମାଇଣ୍ଡ୍ ଗିରଫ, ଲକ୍ଷାଧିକ ଟଙ୍କା ଜବତ‌

Published By : Prameya-News7 Bureau | January 03, 2021 IST

ଢ଼େଙ୍କାନାଳ୩/୧: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ନିମବାହାଳି ଏଟିଏମ୍ ଲୁଟ ଘଟଣାର ମାଷ୍ଟରମାଇଣ୍ଡକୁ ବାଲେଶ୍ବର ପୋଲିସ ଗିରଫ କରିଛି। ଏଥିସହ ସଂପୃକ୍ତ ଅଭିଯୁକ୍ତଠାରୁ ନଗଦ ଟଙ୍କା ସହ ବିଭିନ୍ନ  ପ୍ରକାର ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୨୫ହଜାର ଟଙ୍କା ହେବ।

ଗିରଫ ଲୁଟେରା ବାଲେଶ୍ବର ଅଞ୍ଚଳର ଅଜୟ ମହାନ୍ତି। ଅଜୟ ଠାରୁ ପୁଲିସ ନଗଦ ଟଙ୍କା ଆକାରରେ ୭ ହଜାର ଟଙ୍କା, ଅପୋଲ ମୋବାଇଲ , ଚେକ ଓ ତାର ବ୍ୟାଙ୍କ ଆକାଉଣ୍ଟରୁ ମିଶି ମୋଟ ୪ ଲକ୍ଷ ୨୫ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଗିରଫ ଅଜୟ ଜଣେ ପେଷାଦାର ଏଟିଏମ ଲୁଟେରା ଓ ତା ନାଁରେ ବାଲେଶ୍ୱରରେ ୬ଟି ଏଟିଏମ ଲୁଟ ମାମଲା ରହିଛି।

ତେବେ ଗତମାସ ୧୪ ତାରିଖ ରାତିରେ ନିମବାହାଳି ଛକରେ ଥିବା ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୫୬ ଲକ୍ଷ ୨୭ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ ଘଟଣାରେ ୬ ଜଣ ସାମିଲ ଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ପୂର୍ବରୁ ସ୍ଥାନୀୟ ମୋଟଙ୍ଗା ଗ୍ରାମରୁ ୪ଜଣଙ୍କୁ ଗିରଫ କରି ତାଙ୍କ ଠାରୁ ୪୨ ହଜାର ଟଙ୍କା ଉଦ୍ଧାର କରାଯାଇଥିଲା । ମାତ୍ର ଗିରଫ ଅଜୟ ଏହି ଲୁଟ ଘଟଣାର ଏକ ମାଷ୍ଟର ମାଇଣ୍ଡ ବୋଲି ଢେଙ୍କାନାଳ ଏସଡ଼ିପିଓ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.