ମାତିଛନ୍ତି ଲୁଟେରା : ଗୋଟିଏରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା, ଆଉ ଏକ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ପଣ୍ଡ

Published By : Prameya-News7 Bureau | December 03, 2020 IST

ସୋର ୦୩।୧୨: ମାତିଛନ୍ତି  ଏଟିଏମ୍‌ ଲୁଟେରା ।ସୋର ଅଞ୍ଚଳରେ ଗୋଟିଏ ଏଟିଏମ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବେଳେ ଅନ୍ୟ ଏକ ଏଟିଏମ୍‌ରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ଏଟିଏମ୍‌ର କ୍ୟାସ୍‌ ଡ୍ର କାଟି ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ଆସିଛି ।

{"id":371856,"sizeSlug":"large"}

ଖବର ଅନୁଯାୟୀ, ସୋର ଅଞ୍ଚଳରେ ଗତକିଛି ହେଲା ମାତିଛନ୍ତି ଏଟିଏମ୍‌ ଲୁଟେରା । ଗତକାଲି ପାଖର ଛକ ହିଟାଚି ଏଟିଏମ୍‌ରେ ଟଙ୍କା ଭର୍ତ୍ତି ହୋଇଥିଲା । କିନ୍ତୁ ଆଜି ସକାଳକୁ ଦେଖିବା ବେଳେକୁ ଏଟିଏମ୍‌ର କ୍ୟାସ୍‌ ଡ୍ର କାଟି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । ପୂର୍ବରୁ ମଧ୍ୟ ଏହି ଏଟିଏମ୍‌ରୁ ଟଙ୍କା ଚୋରି ହୋଇଛି ।  ସେହିପରି ବାଗୁଡି ବଜାରରେ ଥିବା ଆକ୍ଟିସ୍‌ ବ୍ୟାଙ୍କ ଏଟିଏମ୍‌ର ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଏଟିଏମ୍‌ରେ ଲାଗିଥିବା କ୍ୟାମେରାକୁ ବ୍ଲାକ ସ୍ପ୍ରେ କରି ଲୁଟ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । କିନ୍ତୁ ସେଠାରେ ସିକ୍ୟୁରିଟି ଥିବାରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି । ତେବେ ଏପରି ଲଗାତର ଭାବେ ଏଟିଏମ୍‌ ଲୁଟ୍‌ ଘଟଣା ସ୍ଥାନୀୟଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.