ଏଟିଏମ୍ ଲୁଟ୍ ଘଟଣା, ୪ ନାବାଳକ ଗିରଫ

Published By : Prameya-News7 Bureau | November 10, 2020 IST

ବଡବିଲ ୧୦।୧୧: କେନ୍ଦୁଝର ବାମେବାରୀ ଥାନା ଅଞ୍ଚଳରୁ ଏଟିଏମ୍‌ ଲୁଟ୍‌ ଘଟଣା । ATM ଲୁଟ୍‌ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ବାମେବାରୀ ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି । ଗତକିଛି ଦିନ ତଳେ ଏଟିଏମ୍‌ରୁ ଲୁଟ୍‌ ହୋଇଥିଲା । ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଥିଲା ।

ଖବର ଅନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖ ରାତି ପ୍ରାୟ ୧.୩୦ମିନିଟରେ ୬ଜଣ ଦୁର୍ବୃତ୍ତ ଜଜାଙ୍ଗ, ରୁଙ୍ଗଟା କଲୋନୀ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ ମେସିନକୁ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ କରିଥିଲେ । ଦୁର୍ବୃତ୍ତମାନେ ଏଟିଏମ୍‌ ମେସିନ୍‌ ଭାଙ୍ଗୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ଯାହାର ଚିତ୍ର ହାଇଦ୍ରାବାଦ ସ୍ଥିତ ସିସିଟିଭ୍ କଣ୍ଟୋଲରୁମ୍‌ରେ ଦେଖିବାକୁ ପାଇଥିଲେ । ତୁରନ୍ତ କଣ୍ଟୋଲରୁମ୍‌ ପକ୍ଷରୁ ଜୁରୁଡ଼ି ସ୍ଥିତ ଏସବିଆଇ ଶାଖା ପରିଚାଳକଙ୍କୁ ଫୋନ୍ ଯୋଗେ ଏହାର ସୂଚନା ଦିଆଯାଇଥିଲା ।

ସୂଚନା ପାଇବା କ୍ଷଣି ଏସବିଆଇ ଶାଖା ପରିଚାଳକ ନିକଟସ୍ଥ ବାମେବାରୀ ଓ ଯୋଡ଼ା ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ପୋଲିସ ପାଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ବେଳେକୁ ଦୁର୍ବୃତ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ତଦନ୍ତ କରିବା ପରେ ପୋଲିସ ୪ଜଣ ନାବାଳକଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ପୋଲିସ ପକ୍ଷରୁ ଟିମ୍‌ ଗଠନ କରାଯାଇ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.