ସାହାଯ୍ୟ ପାଇଁ ହାତ ବଢାଇ ବଦଳାଇଦେଲେ ଏଟିଏମ୍ କାର୍ଡ, ଆକାଉଣ୍ଟରୁ ହଡ଼ପ କରିନେଲେ ୬ଲକ୍ଷ ଟଙ୍କା

Published By : Prameya-News7 Bureau | October 10, 2020 IST

ଖଲ୍ଲିକୋଟ ୧୦।୧୦: ସହଯୋଗ କରିବାକୁ ନେଇ ଠକିନେଇଗଲା ଜମାପୁଞ୍ଜି । ଜଣେ ବରିଷ୍ଠ ନାଗରିକଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ସହଯୋଗ କରିବାକୁ ଠକିନେଲେ ୬ଲକ୍ଷ ଟଙ୍କା । ଏହି ଠକାମିର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ଗାଁରେ ନିତେଇ ବୋଲି ଜଣାପଡିଛି ।  

{"id":341383,"sizeSlug":"large"}

ଖବର ଅନୁଯାୟୀ, ଗତ ମାସ ୨୬ତାରିଖ ଦିନ ବଡ଼ମଧପୁର ଗାଁରେ ଥିବା ଏଟିଏମ୍ ନିକଟକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେ ପ୍ରଥମେ ୧୦ହଜାର ଟଙ୍କା ଉଠାଣ କରିଥିଲେ କିନ୍ତା ତାହା ବାହାରି ନଥିଲା । ତେବେ ଏଟିଏମ୍‌ ନିକଟରେ ଉପସ୍ଥିତ ଥିବା ଜଣେ ଲୋକ ମେସିନ୍‌ରୁ ଥରକେ ୧୦ହଜାର ଟଙ୍କା ବାହାରିବ ନାହିଁ ବୋଲି କହିଥିଲେ , ପରେ ତାଙ୍କୁ ଟଙ୍କା ଉଠାଣରେ  ସହଯୋଗ କରିଥିଲେ । ପ୍ରଥମେ ୯୫୦୦, ଦ୍ୱିତୀୟ ଥର ୯୫୦୦, ପରେ ୧୦୦୦ ଆଉ ସର୍ବମୋଟ ତାଙ୍କୁ ୨୦ହଜାର ଟଙ୍କା ଉଠାଣରେ ସହଯୋଗ କରିଥିଲେ ।  ଏହି ସମୟ ମଧ୍ୟରେ ସଂପୃକ୍ତ ବ୍ୟକ୍ତିଜଣଙ୍କ କାର୍ଡ ବଦଳାଇଥିଲେ ।ହରିହର ମାଝୀ ଲେଖା ଥିବା ଏଟିଏମ୍‌ କାର୍ଡ ଦେଇ ଅଦଳବଦଳ କରିଦେଇଥିଲେ । କିନ୍ତୁ ନୀତେଇ ଏହା ଜାଣି ପାରିନଥିଲେ  ।

{"id":341384,"sizeSlug":"large"}

ସେପଟେ କାର୍ଡ ବଦଳାଇଥିବା ବ୍ୟକ୍ତିଜଣଙ୍କ ଲଗାତର ଭାବେ ନୀତେଇଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିଚାଲିଥିଲେ । ଏପରିକି ସୁନା ଦୋକାନୀରୁ ୨୭ ତାରିଖରେ ୪୫ହଜାର ୩ଶହ ଏବଂ ୨୯ରେ ୪୯ ହଜାର ୫ଶହ ଟଙ୍କାର ସୁନା ମଧ୍ୟ କିଣିଛନ୍ତି ।  ନୀତେଇ ଚଳିତ ମାସ ୭ତାରିଖରେ ଟଙ୍କା ଉଠାଣ ପାଇଁ ଯିବା ପରେ ତାଙ୍କ ଏଟିଏମ କାର୍ଡ ବଦଳି ଥିବା ଜାଣିବାକୁ ପାଇଥିଲେ । ଏହା ପରେ  ସେ ଛତ୍ରପୁର ଷ୍ଟେଟବ୍ୟାଙ୍କକୁ ଆସି ପାସବୁକ ଅପଡେଟ କରିବା ପରେ ତାଙ୍କ ଖାତାରୁ ୬ଲକ୍ଷ ୪  ହଜାର ୮ଶହ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ ।  ସେ ଚାକିରି କରିବା ସହ ଅବସର ପରେ ପୁଅ ବାହାଘର ପାଇଁ ଖାତାରେ ୮ ଲକ୍ଷ ଟଙ୍କା ରଖିଥିଲେ ବୋଲି କହିଛନ୍ତି । ଏଟିଏମ ରେ ଟଙ୍କା ଉଠାଣ ସମୟ ରେ ତାଙ୍କ ନିକଟରେ ଥିବା ଲୋକ ଜଣକ ମାସ୍କ ପିନ୍ଧି ଥିବାରୁ ସେ ତାକୁ ଜାଣିନଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.