Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜ୍ୟାକ୍ ମାଙ୍କ ବିରୋଧରେ ଚୀନ୍‌ର କାର୍ଯ୍ୟାନୁଷ୍ଠାନ, ଆଲିବାବା ଉପରେ ୨.୭୫ ବିଲିୟନ ଡଲାରର ରେକର୍ଡ ଜରିମନା

10/04/2021 at 5:55 PM

ସାଂଘାଇ : ଚୀନ୍ ସରକାର ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ସରକାର ଏକାଧିକାର ବିରୋଧୀ ନିୟମ (ଆଣ୍ଟି ମନୋପଲି ରୁଲସ୍‌)ରେ ୨.୭୫ ବିଲିୟନ ଡଲାରର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।  ଆଇନ ଉଲ୍ଲଂଘନ ଲାଗି ଚୀନରେ କୌଣସି ବାଣିଜ୍ୟିକ ଅନୁଷ୍ଠାନ ବିରୋଧରେ ହୋଇଥିବା ଏହା ଐତିହାସିକ ଆର୍ଥିକ ଦଣ୍ଡାଦେଶ ବୋଲି ଏବେ କୁହାଯାଉଛି।  ଚୀନ୍‌ ରେଗ୍ୟୁଲେଟରଙ୍କ ଅନୁସାରେ ଆଲିବାବା କେବଳ ଆଣ୍ଟି ମନୋପଲି ରୁଲସ୍‌  ନୁହେଁ ବଜାରରେ ନିଜ ପ୍ରତିଷ୍ଠାର ମଧ୍ୟ ଦୁରୁପୋଯୋଗ କରିଥିବା କହିଛନ୍ତି।

ଚୀନ୍‌ ମୁଦ୍ରାରେ ଜରିମାନାର ପରିମାଣ ୧୮ବିଲିୟନ ୟୁଆନ ବୋଲି ଜଣାପଡିଛି। ଯାହା ୨୦୧୯ରେ ଆଲିବାବା କରିଥିବା ରାଜସ୍ୱ ଆୟର ୪ ପ୍ରତିଶତ ହିସାବ କରାଯାଇଛି। ଗତବର୍ଷ ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ତା ପରଠାରୁ ଚୀନ୍‌ ସରକାର ଜ୍ୟାକ୍‌ଙ୍କ ସଂସ୍ଥାଙ୍କ ଉପରେ ରିତିମତ ନଜର ରଖିବା ସହ ଛୋଟମୋଟ ଚୁକ୍‌ ଲାଗି ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଗତବର୍ଷ ଚୀନ୍‌ର ଷ୍ଟେଟ୍‌ ଆଡମିନେଷ୍ଟ୍ରେସନ ଫର ମାର୍କେଟ ରେଗ୍ୟୁଲେସନ(ଏସ୍ଏଏମଆର) ଜ୍ୟାକ୍‌ ମାଙ୍କ ସଂସ୍ଥାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ।

ଏହି ତଦନ୍ତ ଲାଗି ଜ୍ୟାକ୍‌ ମାଙ୍କ ଏଣ୍ଟ ଗ୍ରୁପର ୩୭ ବିଲିୟନ ଡଲାରର ଆଇପିଓକୁ ଅଟକାଇ ଦିଆଯାଇଥିଲା। ୨୦୧୫ରୁ ଆଲିବାବା ସମୂହ ବଜାରରେ ନିଜର ଏକାଧିକାରର ଦୁରୁପଯୋଗ କରି ଆସୁଥିବା ଏସଏଏମଆର ଶନିବାର କହିଛନ୍ତି। କମ୍ପାନୀ ତାଙ୍କ ବ୍ୟବସାୟୀଙ୍କୁ ଅନ୍ୟ ଇ-କମସର୍ସ ପ୍ଲାଟଫର୍ମ ଉପଯୋଗ କରିବାକୁ ଅଟକାଉଥିଲେ। ଏ ନେଇ ଏସଏଏମଆର ଜାରି କରିଥିବା ବିବୃତ୍ତିରେ ଆଲିବାବାର ଗତିବିଧି ସିଧାଶଳଖ ଚୀନ୍‌ର ଏକାଧିକାର ନିୟମର ଉଲ୍ଲଂଘନ ବୋଲି କୁହାଯାଇଛି।

   Related Posts