Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମେନିଆପଲିସ ପରେ ଆଟଲାଣ୍ଟାରେ ପୁଣି କୃଷ୍ଣକାୟଙ୍କ ମୃତ୍ୟୁ, ପୋଲିସ ମୁଖ୍ୟଙ୍କ ଇସ୍ତଫା

14/06/2020 at 3:37 PM

ୱାସିଂଟନ: ଆମେରିକା ମେନିଆପଲିସ୍‌ରେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଆଟଲାଣ୍ଟରେ ପୁଣି ଜଣେ କୃଷ୍ଣକାୟ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଫଳରେ ବର୍ଣ୍ଣ ବିଦ୍ୱେଷ ନେଇ ଆମେରିକାରେ ଜନ ଆନ୍ଦୋଳନ ଗୁରୁତର ହୋଇଥିବା ବେଳେ ଆଟଲାଣ୍ଟା ପୋଲିସ ମୁଖ୍ୟ ତାଙ୍କ ପଦବୀରୁ ଇସ୍ଥଫା ଦେଇଛନ୍ତି। ତଥାପି ବିକ୍ଷୋଭକାରୀ ଆଟଲାଣ୍ଟାରେ ହିଂସକ ପ୍ରଦର୍ଶନ ଜାରି ରଖିବା ଏବେ ଚିନ୍ତାର  କାରଣ ପାଲଟିଛି।

ଏକ ରେଷ୍ଟୁରାଣ୍ଟ ନିକଟରେ ନିଜ ଗାଡିରେ ଶୋଇଥିବା ରେସାର୍ଡ ବ୍ରୁକ୍ସ ନାମକ ଜନୈକ ଯୁବକଙ୍କ ସହ ପୋଲିସର ବଚସା ହୋଇଥିଲା। ଏଥିରେ ପୋଲିସ ଅଧିକାରୀ ସମ୍ପୃକ୍ତ ଯୁବକଙ୍କୁ ଗୁଳି କରିଥିବା ବେଳେ ତାଙ୍କର ମୃତ୍ୟୁ ଆଟଲାଣ୍ଟାରେ କୃଷ୍ଣକାୟ ଆନ୍ଦୋଳନକୁ ତୀବ୍ର କରିଛି। ପୋଲିସ ବିରୋଧରେ ଲୋକଙ୍କ କ୍ରୋଧ ରାସ୍ତାଘାଟରେ ଦେଖିବାକୁ ମିଳୁଛି।  ଲୋକେ ଦୋକାନ ବଜାର ପୋଡାଜଳା କରୁଥିବା ବେଳେ ଟ୍ରାଫିକ ବନ୍ଦ କରି ରଖିଛନ୍ତି।

ଏଠାରେ ଗୁଳିକାଣ୍ଡ କରିଥିବା ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। ସେହିପରି ତାଙ୍କ ସହ ଥିବା ଅନ୍ୟ ଅଧିକାରୀଙ୍କୁ ପ୍ରଶାସନିକ ଡ୍ୟୁଟିରେ ମୁତୟନ କରାଯାଇଛି। ପରିସ୍ଥିତିର ଚାପରେ ପଡି ଆଟଲାଣ୍ଟା ପୋଲିସ ମୁଖ୍ୟ ଏରିକା ସିଲ୍ଡସ୍ ତାଙ୍କ ପଦବୀରୁ  ଇସ୍ଥଫା ଦେଇଛନ୍ତି। ହେଲେବି ବିକ୍ଷୋଭକାରୀଙ୍କ ରୋଷ ଶାନ୍ତି ହୋଇ ନାହିଁ। ବିକ୍ଷୋଭକାରୀ ଯେଉଁ ରେଷ୍ଟୁରାଣ୍ଟ ସମ୍ମୁଖରେ  ବ୍ରୁକ୍ସଙ୍କୁ ଗୁଳି କରାଯାଇଥିଲା ଶନିବାର ରାତିରେ ସେହି ରେଷ୍ଟୁରାଣ୍ଟକୁ ପୋଡି ଦେଇଛନ୍ତି।

   Related Posts