ବାପ ପୁଅଙ୍କୁ ଗୋଡାଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | August 31, 2019 IST

ବୌଦ୍ଧ  ୩୧।୮- ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଗୁରୁତର । ବାପ ଓ ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।        ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା  ବୁରୁବୁଡ଼ା ଠାରେ ସଂଘବଦ୍ଧ  ଆକ୍ରମଣର ଶିକାର ହୋଇଛନ୍ତି ବାପ ଓ ପୁଅ  ।  ଗୁରୁତର  ହୋଇଥିବା  ପୁଅର ନାମ ଅନନ୍ତ ନାଏକ ଓ ପିତାଙ୍କ ନାମ ରାଘବ ନାଏକ ।ଅନେକ ସମୟ ଧରି ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିଲା ।  ମୂର୍ମୁଷ ଅବସ୍ଥାରେ  ଏହି ଦୁଇ ଜଣ ପଡି ରହିଥିଲେ । ପରେ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏହି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.