ବନ୍ୟା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ଆଠମଲ୍ଲିକ ବିଧାୟକ

Published By : Prameya-News7 Bureau | August 19, 2020 IST

ଆଠମଲ୍ଲିକ୧୯/୮: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକରପଡା ପରିଦର୍ଶନ କରି ବନ୍ୟାସ୍ଥିତି ଅନୁଧ୍ୟାନ କଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ।ବିଧାୟକ ପ୍ରଥମେ ବନ୍ୟା ପ୍ରଭାବିତ ଅଞ୍ଚଳର ଟିକରପଡାର  ମଝିପଡା ଏବଂ ଗଇଁଦି ଆଦି ଅଞ୍ଚଳ ବୁଲି ଦେଖିଥିଲେ । ସ୍ଥିତି ଅନୁଧ୍ୟାନ କରିବା ପରେ ବିଧାୟକ କହିଛନ୍ତି ଯେ ଏହି ଅଞ୍ଚଳରେ ବନ୍ୟ ପାଣି ଆସିଥିଲା ମାତ୍ର ଏବେ ସ୍ଥିତି ଖରାପ ନାହିଁ । ବର୍ତ୍ତମାନ ସ୍ଥିତିରେ କୌଣସି ବନ୍ୟା ହେବାର ସମ୍ଭାବନା ନାହିଁ । କିନ୍ତୁ ଆଗକୁ  ବନ୍ୟା ସମସ୍ୟା ଉପୁଜିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବ । ଆଠମଲ୍ଲିକ ବିଧାୟକଙ୍କ ସହ ଅନୁଗୋଳ ତହସିଲଦାର,ଟିକରପଡା ସମିତିସଭ୍ୟ ଏବଂ ବହୁ କର୍ମୀମାନେ ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ।

ବିଧାୟକ ରମେଶ ଚନ୍ଦ୍ର ସାଏ  ଟିକରପଡ଼ାର ବନ୍ୟା ଅଞ୍ଚଳ ପରିଦର୍ଶନ କରି ବନ୍ୟା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ବନ୍ୟା ଆସିଲେ ଲୋକଙ୍କୁ କିପରି ତୁରନ୍ତ ଉଦ୍ଧାର କରାଯିବ, ସେନେଇ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.