ପୂର୍ଣ୍ଣିମା ଏବେ ନିରାଶ, ସରକାରଙ୍କ କ୍ରୀଡା ନୀତି ନଥିବା ଯୋଗୁଁ ହେଉଛନ୍ତି ହଇରାଣ
17/08/2019 at 3:55 PM

ଭୁବନେଶ୍ବର ୧୭|୮: ଆନ୍ତର୍ଜାତୀୟ ଆଥେଲେଟ ପୂର୍ଣ୍ଣିମା ହେମ୍ବ୍ରରମ ଏବେ ନିରାଶ । ରେଳବାଇରେ ଚାକିରୀ କରୁଥିବା ପୂର୍ଣ୍ଣିମାଙ୍କ ଆଡଭାନସ କେ।ଚିଂ ନେବା ପାଇଁ ଇଚ୍ଛାପ୍ରକାଶ କରୁଥିଳେ ମଧ୍ୟ ନା ତାଙ୍କ ପକେଟ ତାଙ୍କୁ ଅନୁମତି ଦେଉଛି ନା ରାଜ୍ୟ ସରକାର । ୨୦୧୭ ଏସିଆନ ଆଥେଲେଟିକ ଚାମ୍ପିୟାନରେ ପୁର୍ଣ୍ଣିମା ଦେଶ ପାଇଁ ହେପଟାଥଲନରେ ପାଇଁ ବ୍ରେ।ଞ୍ଚ ପଦକ ଆଣିଥିଲେ । ଓଡିଆ ଝିଅ ପୁର୍ଣ୍ଣିମାଙ୍କ ପାଇଁ ଏବେ ଅର୍ଥ ସାଜିଛି ବାଧକ ।ବଡ ବଡ ଆଥେଲେଟିକ ଚାମ୍ପିୟାନସିପରେ ଭାଗ ନେବାକୁ ଚାହୁଁଥିବା ପୂର୍ଣ୍ଣିମାଙ୍କ ଅଭ୍ୟାସ ପାଇଁ ନାହିଁ ଆବଶ୍ୟକ ଅର୍ଥ । ରେଳବାଇ ରେ ଚାକିରୀ କରୁଥିବା ପୁର୍ଣ୍ଣିମାଙ୍କ ଦରମା ମାତ୍ର ୨୦ ହଜାର ଯାହାକି ତାଙ୍କ ଇଭେଣ୍ଟ ପାଇଁ ସମୁଦ୍ର କୁ ଶଙ୍ଖେ ପରି । ତେଣୁ ସେ ରାଜ୍ୟ ସରକାରଙ୍କ ଭଲ ଚାକିରୀ ଟିଏ ପାଇଁ ଆବେଦନ କରିବା ସହ ଅନୁରେ।ଧ ବି କରିଛନ୍ତି ।

ରାଜ୍ୟ କ୍ରୀଡା ବିଭାଗର ସ୍ବତନ୍ତ୍ର ପଲିସି ନଥିବା ଯେ।ଗୁଁ ଅନେକ ପ୍ରତିଭାବାନ ଖେଳାଳିଙ୍କ କ୍ୟାରିୟରକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।ଜାତୀୟ ଆନ୍ତଜାତୀୟ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର କେ।ଚିଂ ହେଉ କି ଖେଳାଳିଙ୍କ ପାଇଁ ଭଲ ଚାକିରୀ ହେଉ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେବା କାରଣରୁ ଅନେକ ଆଥେଲେଟ ଅଧାରୁ ଖେଳ ଛାଡିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ପ୍ରତିଭାବାନ ଆଥେଲେଟ ପୁର୍ଣ୍ଣିମା ହେମ୍ବ୍ରମ ଏବେ ଭଲ ଚାକିରୀ ଟିଏ ପାଇଁ ରାଜ୍ୟ କ୍ରୀଡା ବିଭାଗ କୁ ଅନୁରେ।ଧ କରିଛନ୍ତି ।ରେଲବାଇ ରେ ଚାକିରୀ କରୁଥିବା ପୁର୍ଣ୍ଣିମା ଙ୍କ ଦରମା ମାତ୍ର ୨୦ ହଜାର ଟଙ୍କା ଯାହା ତାଙ୍କ ଅଭ୍ୟାସ ପାଇଁ ଯଥେଷ୍ଟ ନୁହେଁ ।ହେପଟାଥଲନ ଇଭେଣ୍ଟ ରେ ଅନେକ ସଫଳତା ପାଇବା ସହ ଏସିଆନ ଆଥେଲେଟିକ ଚାମ୍ପିୟାନସିପ ରେ ପୁର୍ଣ୍ଣିମା ବ୍ରେ।ଚଂ ମେଡାଲ ହାସଲ ବି କରିଥିଲେ । ବଡ ବଡ ଚାମ୍ପିୟାନସିପ ରେ ଅଶଂଗ୍ରହଣ କରିବାକୁ ହେଲେ ତାଙ୍କୁ ଭଲ କ୍ରୀଡା ଉପକରଣ ସହ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି , କିନ୍ତୁ ଅର୍ଥ ମୁଖ୍ୟ ବାଧକ ।

ରାଜ୍ୟ କ୍ରୀଡା ବିଭାଗ ର କିଛି ନିର୍ଦ୍ଧଷ୍ଟ କ୍ରୀଡା ପଲିସି ନଥିବା କାରଣରୁ ଭଲ ଖେଳାଳି ବିଭିନ୍ନ ସହୟତାରୁ ବଚିଂତ ହେଉଛନ୍ତି ।ବାରମ୍ବାର କ୍ରୀଡା ବିଭାଗ କୁ ଚିଠି ଲେଖିଲେ ମଧ୍ୟସରକାର ଗୁରୁତର ସହ ବିଚାରକୁ ନେଉ ନାହାନ୍ତି ।ପୁର୍ଣ୍ଣିମାଙ୍କ କ୍ଷେତ୍ରରେ ମଧ୍ୟ ସରକାର ବିଚାର କରାଯାଉଛି କହି ଫାଇଲକୁ ଚାପି ଦେବା ଭଳି ପରିସ୍ଥିତି ନ ଆସୁ ।ଜଣେ ସଫଳ ତଥା ଉଦୀୟମାନ ଖେଳାଳି ପାଇଁ ଅର୍ଥ ବାଧକ ହେବା ଦୁଃଖର ବିଷୟ ।ଏପରିକି ନୂଆ କ୍ରୀଡା ମନ୍ତ୍ରୀ ଦାୟିତ୍ବ ନେବା ପରେ ଏଣିକି ୧ ପ୍ରତିଶତ ବିଭାଗରେ ଖେଳାଳିଙ୍କୁ ଚାକିରୀ ଦବା ପାଇଁ ସରକାର ଯେ।ଜନା କରୁଛନ୍ତି ବେ।ଲି କହିଛନ୍ତି ।

କେବଳ ପୁର୍ଣ୍ଣିମା ନୁହନ୍ତି ଜାତୀୟ ଆନ୍ତ ଜାତୀୟ ଖେଳାଳିଙ୍କୁ ଚାକିରୀ ସହ ଆର୍ଥିକ ସାହାଯ୍ୟ ନିହାତି ଜରୁରୀ , ସରକାର ଏଥିପାଇଁ ବଜେଟ।ରୀ ପ୍ରୋଭିଜନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ବରିଷ୍ଟ ଖେଳାଳି ।