ଯାଜପୁରରେ ଦୈାଡ଼ରାଣୀ ଦୂତି ଚାନ୍ଦ ସମ୍ବର୍ଦ୍ଧିତ

Published By : Prameya-News7 Bureau | September 19, 2018 IST

ଯାଜପୁର ଜିଲା ପାଣିକୋଇଲି ରିଜର୍ଭ ପୋଲିସ ପଡିଆରେ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯାଜପୁର ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଦୂତୀଙ୍କ ଭଳି ଆଥଲେଟକୁ ପାଇ ସମଗ୍ର ଜିଲା ଆଜି ଗର୍ବିତ ଏବଂ ଦୂତୀ ଏସିଆଡ କ୍ରିଡା ପ୍ରତିଯୋଗିତାରେ ଦୁଇ ଦୁଇଟି ପଦକ ଆଣି ଆମ ରାଜ୍ୟକୁ ବିଶ୍ବ ଦରବାରରେ ପହଂଚାଇପାରିଛନ୍ତି । ଦୂତୀଙ୍କ ପଦାଙ୍କ ଅନୁସରଣ କଲେ ଜିଲ୍ଲାରେ ଅନେକ କ୍ରିଡାବୀତ ବାହାରିପାରିବେ ବୋଲି ଏସପି କହିଥିଲେ । କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଦୂତୀ ସମ୍ବର୍ଦ୍ଧନାର ଉତ୍ତରରେ ଅନ୍ୟ ସ୍ଥାନର ସମ୍ବର୍ଦ୍ଧନା ଅପେକ୍ଷା ନିଜ ଜିଲ୍ଲାରେ ସମ୍ବର୍ଦ୍ଧିତ ହେବା ଗୌରବର ବିଷୟ । କଠିନ ପରିଶ୍ରମ ଓ ଗଭିର ଆତ୍ମବିଶ୍ବାସ ରହିଲେ ଯେକୌଣସି ବ୍ୟକ୍ତି ସଫଳତା ପାଇପାରିବ ବୋଲି ଦୂତୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.