Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ରାହୁଲଙ୍କୁ ଜନ୍ମଦିନରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଆଥିୟା: ସେୟାର କଲେ ମଜାଦାର ଫଟୋ

18/04/2021 at 6:51 PM

ମୁମ୍ବାଇ ୧୮/୦୪ : ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ କେ.ଏଲ.ରାହୁଲଙ୍କ ଆଜି ୨୯ତମ ଜନ୍ମଦିନ। ଜନ୍ମଦିନ ଅବସରରେ ତାଙ୍କର ଖାସ୍ ବନ୍ଧୁ ଅଭିନେତ୍ରୀ ଆଥିୟା ସେଟ୍ଟୀ ରାହୁଲଙ୍କ ସହ ନିଜ ସମ୍ପର୍କକୁ ନେଇ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଥିୟା ରାହୁଲଙ୍କ ସହ ନିଜର ମଜାଦାର ଫଟୋ ସେୟାର କରିଛନ୍ତି। ଆଥିୟା ଓ ରାହୁଲଙ୍କ ଫଟୋ ଖୁବ୍ ଭାଇରାଲ୍ ହେଉଛି।

ଆଥିୟା ଇନଷ୍ଟାଗ୍ରାମରେ ରାହୁଲଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି। ଫଟୋ ସହ କ୍ୟାପ୍ସନ୍ ଦେଇଛନ୍ତି, ‘ଆପଣଙ୍କ ପାଇଁ ଆଭାରି, ଜନ୍ମଦିନର ଶୁଭେଚ୍ଛା।’ ଏହାସହ ଆଥିୟା କେକର ଏକ ଇମୋଜୀ ମଧ୍ୟ ସେୟାର କରିଛନ୍ତି।

ଆଥିୟା ଓ ରାହୁଲଙ୍କ ସମ୍ପର୍କକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ହେଉଛି ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟେ ମଝି ମଝିରେ ସେମାନଙ୍କ ସମ୍ପର୍କକୁ ନେଇ ସଂକେତ ମଧ୍ୟ ଦେଇଛନ୍ତି।

ଆଥିୟାଙ୍କ ଭାଇ ଅହାନ ସେଟ୍ଟୀ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ରାହୁଲଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଉଭୟ ଏୟାରପୋର୍ଟରେ ନଜର ଆସିଛନ୍ତି।

୧୯୯୨ ଏପ୍ରିଲ ୧୮ ତାରିଖରେ କର୍ଣ୍ଣାଟକର ଜନ୍ମ ହୋଇଥିବା ୱିକେଟକିପର୍, ବ୍ୟାଟ୍ସମ୍ୟାନ କେ.ଏଲ.ରାହୁଲ୍ ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରୁ ଇଣ୍ଟରନ୍ୟାଶନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୧୬ରେ ଜିମ୍ବାୱେ ବିପକ୍ଷରେ ଇଣ୍ଟରନ୍ୟାଶନାଲ ଦିନିକିଆରେ ଡେବ୍ୟୁ କରିଥିଲେ। ଗତ ବର୍ଷ ଜିମ୍ବାୱେ ବିପକ୍ଷରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଟିମ୍ ଇଣ୍ଡିଆରେ ବ୍ୟାଟିଂ ସହ ୱିକେଟ କିପିଙ୍ଗ ମଧ୍ୟ କରୁଛନ୍ତି।

   Related Posts