Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଭାଇ ପୋଛିଦେଲା ଭଉଣୀ ମଥାର ସିନ୍ଦୁର, ଶାଳକର ଠେଙ୍ଗାମାଡ଼ରେ ଭିଣୋଇ ମୃତ
  • ||

ଏହି ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପାଗଳ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା : ଖୁବ୍ ଶୀଘ୍ର କରିପାରନ୍ତି ବିବାହ

29/06/2019 at 2:57 PM

ମୁମ୍ବାଇ ୨୯/୬: ବଲିଉଡର ପ୍ରସିଦ୍ଧ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଆପଣଙ୍କର ମନେ ଅଛି ସେ ୨୦୧୫ମସିହାରେ ସୁରଜ ପାଞ୍ଚୋଲିଙ୍କ ସହ ଫିଲ୍ମ ‘ହିରୋ’ରେ ନଜର ଆସିଥିଲେ। ଏହି ଫିଲ୍ମରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ଆଥିୟା ଫିଲ୍ମ ‘ମୁବାରକାନ’ ଏବଂ ‘ନଓ୍ବାବଜାଦେ’ରେ ମଧ୍ୟ ନଜର ଆସିଥିଲେ  କିନ୍ତୁ କୈାଣସି ଫିଲ୍ମ ଅଧିକ ହିଟ୍ ହୋଇପାରିନଥିଲା। ଆଥିୟା ସେଟ୍ଟୀ ନିଜର ଫିଲ୍ମ ବ୍ୟତୀତ ନିଜର ଫ୍ୟାଶନ ସେନ୍ସକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ସେ ନିଜର ରିଲେସନଶିପ୍ ଷ୍ଟାଟସକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ସୂଚନା ମିଳିଛି ଯେ ସେ ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କୁ ଡେଟ୍ କରୁଛନ୍ତି।

ଉଭୟଙ୍କ ସମ୍ପର୍କ ଏହି ବର୍ଷ ଫେବୃୟାରୀରୁ ଆରମ୍ଭ ହୋଇଛି ଏବଂ ଦୁହେଁ ପରସ୍ପରକୁ ନେଇ ସିରିଅସ୍ ଅଛନ୍ତି। ସେମାନେ ପ୍ରାୟତଃ ଏକାଠି ନଜର ଆସୁଛନ୍ତି।

ଆପଣଙ୍କର ମନେ ଥିବ ଏହା ପୂର୍ବରୁ କେଏଲ୍ ରାହୁଲଙ୍କ ନାଁ ବଲିଉଡ ଅଭିନେତ୍ରୀ ସୋନାଲ ଚୈାହାନଙ୍କ ସହ ଯୋଡ଼ିଥିଲା କିନ୍ତୁ ସୋନାଲ ଏହି ଖବରକୁ ଖଣ୍ଡନ କରିଥିଲେ।

   Related Posts