Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଆଥିୟା ସେଟ୍ଟୀ ଓ କେ.ଏଲ ରାହୁଲଙ୍କ ଫଟୋ ଭାଇରାଲ…

29/12/2019 at 4:18 PM

ମୁମ୍ବାଇ୨୯|୧୨: ନିକଟରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଆଥିୟାଙ୍କ ଫଟୋ ଟିମ୍‌ ଇଣ୍ଡିଆର ଷ୍ଟାଇଲିସ୍‌ ଖେଳାଳି କେଏଲ ରାହୁଲଙ୍କ ସହ ଭାଇରାଲ ହେଉଛି। ୨୦୧୫ମସିହାରେ ସୁରଜ ପାଞ୍ଚୋଲିଙ୍କ ସହ ଫିଲ୍ମ ‘ହିରୋ’ରେ ନଜର ଆସିଥିଲେ ଆଥିୟା। ଏହି ଫିଲ୍ମରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ଆଥିୟା କିଛି ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ସତ ହେଲେ ଫିଲ୍ମ ଅଧିକ ହିଟ୍‌ ହୋଇପାରିନାହିଁ।

ଏବେ ଆଥିୟା ନିଜର ରିଲେସନଶିପ୍ ଷ୍ଟାଟସକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ଆଥିୟା ଏବେ ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କ ସମ୍ପର୍କ ବିଷୟରେ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି। କେଏଲ ରାହୁଲ ନିଜେ ତାଙ୍କ ଆକାଉଣ୍ଟରେ ଆଥିୟାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଉଭୟଙ୍କ ବଣ୍ଡିଙ୍ଗ ଖୁବ ଭଲ ଦେଖାଯାଉଛି।

ଆଥିୟା ଓ ରାହୁଲଙ୍କ ଫଟୋରେ ସୁନୀଲ ସେଟ୍ଟୀ ମଧ୍ୟ କମେଣ୍ଟ କରିଛନ୍ତି। ଇନ୍‌ଷ୍ଟାରେ କେଏଲ ରାହୁଲ ଏହି ଫଟୋ ସେୟାର କରି କ୍ୟାପସନ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ‘ହେଲୋ ଦେବୀ ପ୍ରସାଦ…’। ସୋସିଆଲ ମିଡିଆରେ ଏହି ଫଟୋକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ସୁନୀଲଙ୍କ ସହ ଅନେକ ୟୁଜର୍ସ ମଧ୍ୟ ଏହି ଫଟୋରେ କମେଣ୍ଟ କରିଛନ୍ତି। ସୁନୀଲ ସେଟ୍ଟୀଙ୍କ ସୁପରହିଟ୍‌ ଫିଲ୍ମ ହେରା ଫେରିର ଡାଇଲଗ୍‌ ହେଉଛି ‘ହେଲୋ ଦେବୀ ପ୍ରସାଦ…’।

ସୁନୀଲ ଏହି ଫଟୋରେ ହଁସୁଥିବା ସ୍ମାଇଲିର କମେଣ୍ଟ ଦେଇଛନ୍ତି। ସୁନୀଲଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ ଓ ଅନ୍ୟାନ୍ୟ ଖେଳାଳିମାନେ କମେଣ୍ଟ କରିଛନ୍ତି। କ୍ରିକେଟ୍‌ ଛଡା ରାହୁଲ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି। ସେ ଅଧିକାଂଶ ସମୟରେ ନିଜର ଷ୍ଟାଇଲିସ୍‌ ଫଟୋ ଇନ୍‌ଷ୍ଟାରେ ସେୟାର କରନ୍ତି।

   Related Posts