ନିଜେ ଚାଷ କରୁଛନ୍ତି ଆଠମଲ୍ଲିକ ବିଧାୟକ, ଦେଖନ୍ତୁ ଫଟୋ…

Published By : Prameya-News7 Bureau | August 27, 2019 IST

ଆଠମଲ୍ଲିକ ୨୭|୮: କାଦୁଅ ପଙ୍କରେ ଚାଷ କରି ଚର୍ଚ୍ଚାରେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଚାଷ ଜମିରେ ଟ୍ରାକ୍ଟର ବୁଲାଇ କାଦୁଅ କରିବା ସହ ଧାନ ତଳି ଉପାଡିଛନ୍ତି ବିଧାୟକ ।

{"id":149556}

ଆଠମଲ୍ଲିକର ପ୍ରାୟ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ପିଲାଟି ଦିନରୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ରହିଥିବା ଏବଂ ଚାଷ କାମ କରି ସେ ବେଶ ଆନନ୍ଦିତ ଥିବା କହିଛନ୍ତି ।

{"id":149557}

କେବଳ ଏତିକି ନୁହେଁ ଧାନ ଚାଷ ସହ ମାଛ, ପରିବା ଚାଷ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କରି ନିଜେ ବଜାରରେ ବିକ୍ରି କରିଛନ୍ତି ସେ । ସ୍ଥାନୀୟ ଅଞ୍ଚଳରେ ବନ୍ଦ ହୋଇ ପଡିଥିବା ସୁରେଶ୍ବରୀ ଆଉ ଧଉରାଗଠ ଜଳ ସେଚନ ପ୍ରକଳ୍ପକୁ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।

{"id":149558}

ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିକୁ ଆସିଛନ୍ତି ବିଧାୟକ ସାଏ । ପ୍ରଥମ ଥର ମଧ୍ୟ ଲୋକଙ୍କ ମନ ଜିତି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ସେ । ବିଧାୟକଙ୍କ ଏପରି ଚାଷୀ ଅନ୍ଦାଜ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.