Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବାରହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଶିକାରୀ ମୃତ : ହତ୍ୟାର ରୂପ ଦେବାକୁ ଷଡଯନ୍ତ୍ର !

17/10/2021 at 2:32 PM

ଆଠମଲ୍ଲିକ, ୧୭|୧୦:  ବାରହା  ଶିକାର କରିବାକୁ ଯାଇ ନିଜେ ଫସିଗଲା ଶିକାରୀ । ନିଜେ ବିଛାଇଥିବା  ବିଦ୍ୟୁତ ତାରରେ ପଡି ଜୀବନ ହାରିଲା । ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରଘୁନାଥପୁର ଗ୍ରାମରେ ।

ସୂଚନାନୁସାରେ, ଗ୍ରାମର କାଳିଆ ସାହୁ ନାମକ ବ୍ୟକ୍ତି ଅନ୍ୟକିଛି ସହଯୋଗୀ ସହିତ ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ଲଗାଇଥିଲେ । ତାର ଲଗାଇ ଜଙ୍ଗଲି ବାରହା ଶିକାର କରିବାକୁ ସେ ଯାଇଥିଲେ । ଦୁଇ ଗୋଟି ବାରହାକୁ ବିଦ୍ୟୁତ ସଂଯୋଗରେ ମାରିବା ପରେ ଆଉ ଏକ ବାରହା ମରିଛି କି ନାହିଁ ଜାଣିବା ପାଇଁ କାଳିଆ ରାତିରେ ଯାଇଥିଲେ ।  ତେବେ ତାର ସଂସ୍ପର୍ଶରେ ସେ ଆସି ଯାଇଥିଲେ ।

 ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଶିକାର ମାମଲାରୁ ବର୍ତ୍ତିବା ପାଇଁ କାଳିଆର ଗଳାକୁ କେହି ଜଣେ କାଟି ଦେଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଜନିତ ମୃତ୍ୟୁକୁ ହତ୍ୟାର ରୁପ ଦିଆଯାଇଥିବା ଖବର ଆସୁଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ପୋଲିସ ପହଞ୍ଚି ସତ୍ୟାସତ୍ୟ କ’ଣ ଜାଣିବାକୁ ତଦନ୍ତ ଚଳାଇଛନ୍ତି ।

   Related Posts