ପୁଣି ଚର୍ଚ୍ଚାରେ ଆଠମଲ୍ଲିକ ବିଧାୟକ, ଶବକୁ କାନ୍ଧରେ ବୋହି ନେଲେ ଶ୍ମଶାନ

Published By : Prameya-News7 Bureau | September 05, 2019 IST

ଆଠମଲ୍ଲିକ ୫|୯: ଆଠମଲ୍ଲିକ ବିଧାୟକ ରମେଶ ସାଏ, ଶବ କାନ୍ଧରେ ବୋହିନେଇ ଶ୍ମଶାନ ଯାଇଥିବାରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଭଲକରି ଦେଖନ୍ତୁ ଏହି ଫଟୋକୁ, ନୀଳ ଗଞ୍ଜି ପିନ୍ଧିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରମେଶ ସାଏ। ସେ ଠାକୁରଗଡ଼ ଅଞ୍ଚଳର ଜଣେ ସମାଜସେବୀ ଖଗେଶ୍ବର ଜେନାଙ୍କ ଶବକୁ ନିଜ କାନ୍ଧରେ ବୋହି ନେଉଛନ୍ତି। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

{"id":153335}

ଏବେ ଦେଖନ୍ତୁ ଏଇ ଫଟୋ । କିଛିଦିନ ତଳେ ନୁଆଁଗଡ଼ ଗାଁର ସୁବାସିନୀ ନାୟକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଆଉ ସେହି ଗାଁକୁ ବିଧାୟକ ୩କିମି ଦୂର କାଦୁଅ ପଚ ପଚ ରାସ୍ତାରେ ଚାଲି ଚାଲି ଯାଇ ପହଁଚିଥିଲେ ସୁବାସିନୀଙ୍କ ଶବ ନିକଟରେ।

{"id":153337,"width":589,"height":589}

ବାସ୍ତବରେ ରମେଶ ସାଏଙ୍କ ଏଭଳି କାର୍ଯ୍ୟ ବେଶ ପ୍ରଶଂସନୀୟ। ଆପଙ୍କର ମନେଥିବ ଆଗରୁ ରମେଶ ସାଏ ନିଜେ ଚାଷ ଜମିରେ ଟ୍ରାକ୍ଟର ବୁଲାଇ ଚାଷ କରି ଚର୍ଚ୍ଚାରେ ଥିଲେ। ଆଉ ଏବେ ଏହି ଦୁଇ ଘଟଣାକୁ ନେଇ ବେଶ ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ।

{"id":153339}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.