Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବନ ବିଭାଗର ଛତ୍ରଛାୟା ତଳେ ହେଉଛି କାଠ ବେପାର, ଅଧିକାରୀଙ୍କ ଚଢାଉରେ ଜବତ ହେଲା ମୂଲ୍ୟବାନ ପଟା ସହ କାଠ

1/08/2021 at 11:42 PM

ଆଠଗଡ଼, ୦୧।୦୮: ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଚାଲିଥିଲା ଚୋରା କାଠ ବେପାର। ବନ ବିଭାଗର ନାକ ତଳେ ଏଭଳି ବେଆଇନ ଭାବେ ଚୋରାରେ କାଠ ବେପାରର ସୁରାକ ଯେ ମିଳୁ ନ ଥିଲା ସେମିତି ନୁହେଁ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟାରେ ବେଧଡକ ଭାବେ ଏହି ବେପାର ଦୀର୍ଘ ଦିନ ଧରି ଚାଲି ଆସୁଥିଲା। ମେଘା ପଞ୍ଚାୟତର ଧୁରୁକୁଡିଆ ଗ୍ରାମର ଜଣାଶୁଣା କାଠ ଵେପାରି ପ୍ରଭାକର ଦାଶଙ୍କ କୁକୁଡ଼ା ଫାର୍ମ ଏବଂ ଘରେ ଆଜି ଚଢାଉ କରାଯାଇ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର କାଠ ଗଣ୍ଡି, ପଟା ଆଦି ଜବତ କରାଯାଇଛି ।

ଏକ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦବ ଧୁରୁକୁଡିଆ ଗ୍ରାମରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଵାଧ୍ୟବାଧକତାରେ ବିଭାଗୀୟ ଅଧିକାରୀ ଚଢାଉ କରି ଏହି କାଠ ଜବତ କରିଥିବା ଅଭିଯୋଗ ହୋଇଛି। ସେଗୁଡିକ ମଧ୍ୟରେ ଫାଶୀ ଏବଂ ଶିରିଶ କାଠଗଣ୍ଡି ସହିତ ଚାକୁଣ୍ଡା ଶାଗୁଆନ ଏବଂ ଶିରିଶ କାଠର ପଟା ରହିଥିବା ଜଣାପଡିଛି । ବନ ବିଭାଗର ଚଢାଉ ଏକ ସଂଯୋଗ ନା ନିଜର ଛବି ବଞ୍ଚାଇବାକୁ ଏଭଳି ଉଦ୍ୟମ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

   Related Posts