ଆଠଗଡ଼ ଡିଏସ୍‌ପି କରୋନା ପଜିଟିଭ୍‌: ଏନ୍‌ଏସି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍‌ ଘୋଷଣା କଲେ ଉପ-ଜିଲ୍ଲାପାଳ

Published By : Prameya-News7 Bureau | June 30, 2020 IST

ଆଠଗଡ଼୩୦/୬: ଆଠଗଡ଼  ଡିଏସ୍‌ପି କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଆଠଗଡ଼ ପ୍ରଶାସନ ପକ୍ଷରୁ ଆଠଗଡ଼ ଏନ୍ ଏ ସିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସର୍ବସାଧାରଣଙ୍କ ଯାତାୟତକୁ ବାରଣ କରାଯାଇଛି। ସମଗ୍ର ଏନ୍‌ ଏସି ଅଞ୍ଚଳକୁ ସାନିଟାଇଜ୍‌ କରାଯିବା ସହ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।  ଏ ସଂପର୍କରେ ଆଠଗଡ଼ ଉପ-ଜିଲ୍ଲାପାଳ ଅଜାମ୍ଵର ମହାନ୍ତି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.