ବଦଳିଲେ ଆଠଗଡ଼ ଡିଏଫଓ, ତାଙ୍କ ବିରୋଧରେ ଆସିଥିଲା ଦୁର୍ନୀତି ଅଭିଯୋଗ

Published By : Prameya-News7 Bureau | December 21, 2020 IST

ଆଠଗଡ ୨୧।୧୨: ବଦଳିଲେ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା । ଆଠଗଡ଼ ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଭାବେ ବରିଷ୍ଠ ବନ ସେବା ଅଧିକାରୀ ଯାଦବ ସୁଦର୍ଶନ ଗୋପୀନାଥଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ଆଠଗଡ଼ରେ ଥିବା ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ପିସିସିଏଫ ଅଫିସକୁ ବଦଳି କରାଯାଇଛି । ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ପୂର୍ବରୁ ଆଠଗଡ଼ ବନଖଣ୍ଡରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ନେଇ ଚର୍ଚ୍ଚାରେ ଥିଲେ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.