Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦୁଇଟି ଗ୍ରାମରୁ ବାହାରିଲେ ୬ ଜଣ କରୋନା ଆକ୍ରାନ୍ତ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

23/06/2021 at 10:58 PM

ଆଠଗଡ଼,୨୩/୦୬: ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ଏବଂ ତୋଟାପଡାକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଦୁଇଟି ଗ୍ରାମରୁ ଛଅ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟା ଛଅଟା ଠାରୁ ଆସନ୍ତା ଜୁଲାଇ ଦୁଇ ତାରିଖ ରାତି ଦଶଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଏଥିସହିତ ଆଜି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ୩୦୧ ଜଣଙ୍କୁ ଟୀକା ପ୍ରଦାନ କରା ଯାଇଥିବା ଜଣାପଡିଛି। ସେଥିମଧ୍ୟରୁ ୧୮ ବର୍ଷ ରୁ ଉର୍ଦ୍ଧ୍ବ ୨୦୭ ଜଣଙ୍କୁ ପ୍ରଥମ ଡୋଜ, ୬୦ ବର୍ଷ ରୁ ଉର୍ଦ୍ଧ୍ବ ୧୯ ଜଣଙ୍କୁ ପ୍ରଥମ ଡୋଜ ଏବଂ ୨୮ ଜଣଙ୍କୁ ଦ୍ଵିତୀୟ ଡୋଜ ପ୍ରଦାନ କରାଯାଇଛି । ସେହିପରି ୪୫ ରୁ ୬୦ ବର୍ଷ ବୟସର ୪୬ ଜଣଙ୍କୁ ପ୍ରଥମ ଡୋଜ ଏବଂ ଜଣଙ୍କୁ ଦ୍ଵିତୀୟ ଡୋଜ ପ୍ରଦାନ କରାଯାଇଛି। ଅନ୍ୟ ପକ୍ଷରେ ଜାଗିଆପଡାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଜଣଙ୍କୁ ପ୍ରଥମ ଏବଂ ୮୬ ଜଣଙ୍କୁ ଦ୍ଵିତୀୟ ଡୋଜ ପ୍ରଦାନ କରାଯାଇଛି।

ସେହିପରି ୪୫ ରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ୫୪ ଜଣ ଏବଂ ଖୁଣ୍ଟୁଣୀ, ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୮ ରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ୬୩୮ ଜଣ ଲୋକଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଇଛି । ଆସନ୍ତା କାଲି ଗୁରୁଡିଝାଟିଆ, ଜେନାପଦା ଏବଂ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ।

   Related Posts